ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ, ସୁରକ୍ଷା ପାଇଁ ଗଠନ କରାଗଲା ୨୨ଟି କ୍ୟାମ୍ପ

ଭୁବନେଶ୍ୱର, ୦୭/୧୦ : ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଉଠିଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ। କିପରି ଏହି ପକ୍ଷୀଙ୍କ ସୁରକ୍ଷା କରାଯିବ, ତାସହିତ ପକ୍ଷୀ ଶିକାର କିପରି ରୋକା ଯାଇପାରିବ ତାହା ଉପରେ ଚିଲିକା ବନଖଣ୍ଡ ନଜର ରଖିଛି। ସମଗ୍ର ଚିଲିକାରେ ମୋଟ ୫ଟି ରେଞ୍ଜ ତଥା ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ନୂଆପଡା ରେଞ୍ଜ ରହିଛି। ଏହି ୫ଟି ରେଞ୍ଜରେ ମୋଟ ୨୨ଟି କ୍ୟାମ୍ପ ଗଠନ କରାଇଯାଇଛି। ତାସହିତ ପାଟ୍ରୋଲିଂ ଟିମ ମଧ୍ୟ ଗଠନ କରାଯାଇଛି। ଏନେଇ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓ କର୍ମଶାଳା ଏବଂ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ବାଲୁଗାଁ DFO ଅମ୍ଲାନ ନାୟକ। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟ ଅଧକ୍ଷ, ଅଧ୍ୟାପକ, ବହୁ ଛାତ୍ରଛାତ୍ରୀ, ବହୁ ଗଣମାଧ୍ୟମ ପ୍ରତିନିଧି, ACF ଅଧିକାରୀ, ସମସ୍ତ ରେଞ୍ଜ ଅଧିକାରୀ ଙ୍କ ସମେତ ବନବିଭାଗ କର୍ମଚାରୀ ଯୋଗ ଦେଇଥିଲେ।