ବିବାହ ପାଇଁ ଭାଇଙ୍କୁ ସୁପାରିଶ୍‌

ବଲିଉଡ୍‌ର ରହସ୍ୟମୟୀ ଯୋଡ଼ି ସଲମାନ୍‌ ଓ କ୍ୟାଟ୍ରିନା । ଯାହାଙ୍କ ଭିତରେ କିପ୍ରକାର ସମ୍ପର୍କ ଅଛି ତାକୁ ନେଇ ସଭଁଙ୍କ ମନରେ ଅନେକ ଦ୍ୱନ୍ଦ । କେବେ ଖବର ଆସେ ଦୁହିଁଙ୍କ ଭିତରେ ଗୁପ୍‌ଚୁପ୍‌ ପ୍ରେମ ଚାଲିଛି ତ ଆଉ କେତେବେଳେ ଶୁଣିବାକୁ ମିଳେ ଦୁହିଁଙ୍କ ଭିତରେ ତୁମୁଳ ଝଗଡ଼ା । ଏ ସବୁ ପରେ ବି ଦୁହେଁ କେବେ କୌଣସି ଫିଲ୍ମରେ ଏକାଠି କାମ କରିବାକୁ ଅରାଜି ହୋଇ ନାହାନ୍ତି । ଯେଉଁଥିରୁ ଜଣାପଡ଼ିଯାଏ ଏ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ବହୁତ ଖାସ୍‌ । ଆଗାମୀ ଦିନରେ ଆସିବାକୁ ଯାଉଥିବା ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ଏବେ କ୍ୟାଟ୍ରିନା ଓ ସଲମାନ ଭାରି ବ୍ୟସ୍ତ । ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ବହୁମାତ୍ରାରେ ସମର୍ଥନ ମିଳିଛି । ଖାଲି ଏତିକି ନୁହେଁ ଟ୍ୱିଟର ୟୁଜର ସଲମାନ ଓ କ୍ୟାଟ୍ରିନାଙ୍କ ବିବାହ ପାଇଁ ଅରବାଜ୍‌ଙ୍କୁ ସୁପାରିଶ୍‌ କରିଛନ୍ତି । ୟୁଜରମାନେ କମେଣ୍ଟରେ ଲେଖିଛନ୍ତି ‘ଅରବାଜ୍‌ ଭାଇ… ପ୍ଳିଜ୍‌ ସଲମାନ ଓ କ୍ୟାଟ୍ରିନାଙ୍କ ବିବାହ କରେଇ ଦିଅ ।’ ନିକଟରେ କ୍ୟାଟ୍ରିନା ତାଙ୍କ ଓ ସଲମାନଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ମୋର ଓ ସଲମାନଙ୍କ ସମ୍ପର୍କ ଖୁବ୍‌ ଖାସ୍‌ । କିନ୍ତୁ ଏବେ ସଲମାନଙ୍କ ନାଁ’ ୟୁଲିଆ ବନ୍ତୁରଙ୍କ ସହ ଯୋଡ଼ାଯାଉଛି ଯାହାକୁ ନେଇ ସଲମାନ୍‌ ନିଜର କିଛି ମତବ୍ୟକ୍ତ କରି ନାହାନ୍ତି । ତେବେ ଆଗାମୀ ଅଗଷ୍ଟରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଭାରତ’ । ଫିଲ୍ମରେ ଦିଶା ପ୍ରଥମ ଥର କରି ସଲମାନ ଓ କ୍ରାଟ୍ରିନାଙ୍କ ସହ କାମ କରିଛନ୍ତି । ଫିଲ୍ମରେ ଦିଶା ସାଜିଛନ୍ତି ସଲମାନଙ୍କ ଭଉଣୀ । ‘ଭାରତ’ ପରେ ସଲମାନଙ୍କ ସହ ଦିଶା କିକ୍‌୨ କରିବାର ଯୋଜନା ରହିଛି । ବର୍ତ୍ତମାନ ସଲମାନ ଫିଲ୍ମର ପ୍ରମୋସନ୍‌ ସାଙ୍ଗକୁ ‘ଦବଙ୍ଗ୩’ର ଶୁଟିଂରେ ଲାଗି ପଡ଼ିଛନ୍ତି । ଏଥିରେ ସଲମାନଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବେ ସୋନାକ୍ଷୀ ସିହ୍ନା ।