ଆଜି ପୁଣି କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ : ଆଜି ସୁନା କିମ୍ବା ରୂପା ଉଭୟ ଦର ହ୍ରାସ ହୋଇଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୦୯୦ ଟଙ୍କା କମି ୧ ଲକ୍ଷ ୬୨ ହଜାର ୨୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୬୩ ହଜାର ୩୧୦ ଟଙ୍କା ରହିଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ହଜାରେ ଟଙ୍କା କମି ୧ ଲକ୍ଷ ୪୮ ହଜାର ୭୦୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୭୦୦ ଟଙ୍କା ରହିଥିଲା।

ଅନ୍ୟପଟେ ରୂପା ଦର ମଧ୍ୟ କମିଛି। ଆଜି ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୯୦ ହଜାର ଟଙ୍କା ହୋଇଛି। ଗତକାଲି ଦର ୩ ଲକ୍ଷ ଟଙ୍କା ରହିଥିଲା। ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି ।