ଆସନ୍ତାକାଲି ମୀନ ରାଶିରେ ପ୍ରବେଶ କରିବେ ମଙ୍ଗଳ ଗ୍ରହ, ୪ ରାଶିଙ୍କ ପାଇଁ ବଢାଇପାରେ ଅସୁବିଧା

ଆସନ୍ତାକାଲି ଦିନ ଦ୍ବିପହର ୩ଟା ୩୭ ମିନିଟ୍ ସମୟରେ ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ମୀନ ଜଳ ତତ୍ତ୍ବର ରାଶି ଏବଂ ମଙ୍ଗଳ ଅଗ୍ନି ତତ୍ତ୍ବର ଗ୍ରହ ହୋଇଥିବାରୁ ଏମାନଙ୍କ ଯୋଗ ଅସାମାନ୍ୟ ବୋଲି ବିଶ୍ବାସ କରାଯାଏ । ଖାସ୍ କଥା ହେଉଛି ଯେ ମୀନ ରାଶିରେ ପ୍ରଥମେ ଶନି ଥିଲେ । ମଙ୍ଗଳ ଗ୍ରହ ଏପ୍ରିଲ ୨ ତାରିଖରୁ ମେ ୧୧ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ । କିନ୍ତୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଏହି ସମୟଯତେଷ୍ଟ ସମ୍ବେଦନଶୀଳ ରହିବ । କାହିଁକିନା ସେହି ସମୟରେ ସୂର୍ଯ୍ୟ ଦେବ ମଧ୍ୟ ମୀନ ରାଶିରେ ରହିବେ । ମୀନ ରାଶି ଏହି ଗ୍ରହମାନଙ୍କ ପ୍ରବେଶ ଅନ୍ୟ ରାଶି ଉପରେ ପ୍ରଭାବ ପକାଇବ । ତେବେ ସେହି ରାଶିଗୁଡିକ ସମ୍ପର୍କରେ ଆସନ୍ତୁ ଜାଣିବା ।

ଏହି ସମୟରେ ମେଷ ରାଶିର ବ୍ୟକ୍ତିମାନେ ରାଗ ଉପରେ ନିୟନ୍ତ୍ରଣ ରଖିବା ଖୁବ୍ ଜରୁରୀ । ନଚେତ୍ ଭୁଲ ନିଷ୍ପତ୍ତି ନେଇପାରନ୍ତି । ଏହି ସମୟରେ ବୃଷ ରାଶିର ଲୋକମାନଙ୍କର ଖର୍ଚ୍ଚ ବଢିପାରେ । ତେଣୁ ଖର୍ଚ୍ଚ ଉପରେ ଜଗି ରଖି ଚଳନ୍ତୁ । କନ୍ୟା ରାଶିର ଲୋକମାନେ ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ । ନହେଲେ ଛୋଟ କଥା ବି ବଡ଼ ହୋଇପାରେ । ମୀନ ରାଶି ବ୍ୟକ୍ତିମାନେ ଏହି ସମୟରେ ଖୁବ୍ ସତର୍କ ହୋଇ ରୁହନ୍ତୁ । କାହିଁକିନା ଏହି ଯୋଗ ସେମାନଙ୍କ ରାଶିରେ ହୋଇଛି । ଏହି ସମୟରେ ଏହି ରାଶିରେ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିପାରେ । ତେଣୁ ସାବଧାନତା ସହିତ ଚଳନ୍ତୁ । ମୁଣ୍ଡ ବିନ୍ଧା, ଚିନ୍ତା ଭଳି ସମସ୍ୟା ଦେଖାଦେଇପାରେ । ପର୍ଯ୍ୟାପ୍ତ ପାଣି ମଧ୍ୟ ପିଅନ୍ତୁ । ଏଥିସହିତ ଏହି ସମୟରେ ବଡ଼ ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ ।

ମଙ୍ଗଳଙ୍କ ଗୋଚର ଦେଶ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଶ୍ବାସ କରାଯାଏ । ତେଣୁ ଏହି ସମୟରେ ଭୟଭୀତ ହେବା ପରିବର୍ତ୍ତେ ଅଧିକ ସତର୍କ ରୁହନ୍ତୁ । ଯଦି ଏହି ସମୟକୁ ବହୁତ ଭଲ କରିବାକୁ ଚାହୁଁଛନ୍ତି ତେବେ ଏହି ସବୁ ଉପାୟକୁ ଆପଣାନ୍ତୁ । ଅଭାବଗ୍ରସ୍ତ ଲୋକ କିମ୍ବା ବିଶେଷକରି କାମ କରୁଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ମନ୍ଦିରରେ ସେବା କରନ୍ତୁ । ଏହା ବ୍ୟତୀତ ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ ଏବଂ ବଡ଼ମାନଙ୍କୁ ସମ୍ମାନ କରନ୍ତୁ । ଯାହାଦ୍ବାରା ନକରାତ୍ମକ ପ୍ରଭାବକୁ ଦୂରେଇ ଦିଆଯାଇପାରିବ ।