ନୂଆଦିଲ୍ଲୀ, ୦୭/୦୬ : ଭାରତୀୟ କ୍ରିକେଟର ନୂଆ ତାରକା ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୩-୧୫ ବର୍ଷ ବୟସରେ, ଯେଉଁଠି ପିଲାମାନେ ସ୍କୁଲ୍ ପାଠପଢ଼ା ଏବଂ ଖେଳକୁଦରେ ବ୍ୟସ୍ତ ଥାଆନ୍ତି, ସେଠାରେ ବିହାରର ‘ଓ୍ୱଣ୍ଡର ବୟ’ ବୈଭବ ସୂର୍ଯ୍ୟବଂଶୀ ଜାତୀୟ ଦଳର କବାଟ ଠକ୍ ଠକ୍ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ତାଙ୍କର ଏହି ଅସାଧାରଣ ପ୍ରତିଭାକୁ ସମ୍ମାନ ଜଣାଇ ବିସିସିଆଇ ଏକ ଐତିହାସିକ ନିଷ୍ପତ୍ତି ନେଇଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।