ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ : ଜୁଲାଇ ୨୦ ରୁ ହେବ ବଡ଼ ପରିବର୍ତ୍ତନ,୪ ରାଶିର ଚମକିବ ଭାଗ୍ୟ

ଆସନ୍ତା ଜୁଲାଇ ୨୦ ତାରିଖରେ ସୂର୍ଯ୍ୟଦେବ ଶନିଙ୍କ ସ୍ୱାମିତ୍ୱରେ ଥିବା ଏବଂ ନକ୍ଷତ୍ରମାନଙ୍କର ରାଜା କୁହାଯାଉଥିବା ପୁଷ୍ୟା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ସଭିଁଏ ଜାଣନ୍ତି ଯେ ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ଶତ୍ରୁତା ଭାବ ରହିଛି ତଥାପି ପୁଷ୍ୟା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ଓ ସମୃଦ୍ଧି ପ୍ରଦାନକାରୀ ସମୟ ବୋଲି କୁହାଯାଏ । ଆତ୍ମବିଶ୍ବାସ ଏବଂ ମାନ-ସମ୍ମାନର କାରକ ସୂର୍ଯ୍ୟଦେବ ଯେତେବେଳେ ଏହି କଲ୍ୟାଣକାରୀ ନକ୍ଷତ୍ରକୁ ଆସିବେ ସେତେବେଳେ କିଛି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟ ଚମକିବ । ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ରାଶି ହେବେ ଲାଭବାନ ଏବଂ ଉଭୟ ସୂର୍ଯ୍ୟ ଏବଂ ଶନିଙ୍କ କୃପା କାହା ଉପରେ ରହିବ ।

ମେଷ : ମେଷ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ସୁଖ-ସୁବିଧାରେ ବୃଦ୍ଧି ଆଣିବ । ଚାକିରିଆମାନଙ୍କୁ ବଡ଼ ଦାୟିତ୍ୱ କିମ୍ବା ନୂଆ ପ୍ରୋଜେକ୍ଟ ମିଳିପାରେ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଜମି, ଗୃହ କିମ୍ବା ଯାନବାହନ କିଣିବାର ଶୁଭ ଯୋଗ ସୃଷ୍ଟି ହେଉଛି । ମାତୃପକ୍ଷରୁ ସହଯୋଗ ଓ ଲାଭ ମିଳିବ ।

ମିଥୁନ : ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ମିଥୁନ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ମଜବୁତ ସାବ୍ୟସ୍ତ ହେବ । ଆପଣଙ୍କ ବାଣୀର ପ୍ରଭାବ ଯୋଗୁଁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ । ହଠାତ୍ ଧନଲାଭ କିମ୍ବା ପୈତୃକ ସମ୍ପତ୍ତିରୁ ବଡ଼ ଫାଇଦା ମିଳିପାରେ । ଯଦି ଆପଣ ଏହି ସମୟରେ କେଉଁଠି ପୁଞ୍ଜି ନିବେଶ କରୁଛନ୍ତି, ତେବେ ଭବିଷ୍ୟତରେ ଏହାର ଭଲ ରିଟର୍ଣ୍ଣ ମିଳିବ ।

ସିଂହ : ଯେହେତୁ ସୂର୍ଯ୍ୟଦେବ ସିଂହ ରାଶିର ସ୍ୱାମୀ ତେଣୁ ଏହି ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ବରଦାନ ସଦୃଶ ହେବ । ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ । ଆତ୍ମବିଶ୍ୱାସରେ ଜବରଦସ୍ତ ବୃଦ୍ଧି ଘଟିବ । ସରକାରୀ କ୍ଷେତ୍ର କିମ୍ବା ଉଚ୍ଚ ପଦାଧିକାରୀଙ୍କଠାରୁ ସିଧାସଳଖ ଲାଭ ମିଳିବ । ଦୀର୍ଘ ଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ ।

ବିଛା : ବିଛା ରାଶିର ଜାତକଙ୍କ ପାଇଁ ଏହି ଚଳନ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ନେଇ ଆସୁଛି । ସୂର୍ଯ୍ୟଦେବ ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା ପାଇବେ । ବ୍ୟବସାୟିକ କିମ୍ବା ଧାର୍ମିକ ଯାତ୍ରାର ଯୋଗ ରହିଛି ଯାହା ଲାଭଦାୟକ ରହିବ । ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ମନମୁତାବକ ସୁଯୋଗ ମିଳିବ । ଯେହେତୁ ସୂର୍ଯ୍ୟଦେବ ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରୁଛନ୍ତି ତେଣୁ କର୍କଟ, ମକର ଏବଂ କୁମ୍ଭ ରାଶିର ଜାତକମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ବାଦ-ବିବାଦରୁ ବଞ୍ଚିବାକୁ ପଡ଼ିବ ଏବଂ ଗାଡ଼ି ଚଲାଇବା ସମୟରେ ସାମାନ୍ୟ ସତର୍କତା ଅବଲମ୍ବନ କରିବାକୁ ହେବ ।