ନୂଆଦିଲ୍ଲୀ, ୦୬/୦୭ : ଦିଲ୍ଲୀ ଏବଂ ପଞ୍ଜାବରୁ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସନ୍ଦିଗ୍ଧମାନେ ପାକିସ୍ତାନ ଗ୍ୟାଙ୍ଗଷ୍ଟାର ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଏର ଏଜେଣ୍ଟ ଶହଜାଦ ଭଟ୍ଟୀ ସହିତ ସମ୍ପର୍କରେ ରହିଥିଲେ । ଗତ ଚାରି ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଗୁଜରାଟ ଏବଂ ମଧ୍ୟ ପ୍ରଦେଶରୁ ଗୁଜରାଟ ଆଣ୍ଟି ଟେରୋରିସ୍ଟ ସ୍କ୍ୱାର୍ଡ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦହନଶୀଳ ପଦାର୍ଥ, ୨ଟି ବିଦେଶୀ ବନ୍ଧୁକ, ୯ଟି କ୍ୟାଟ୍ରିଜ୍, ୩ଟି ପେଟ୍ରୋଲ ବୋମା ଏବଂ ୨ଟି ଗାଡ଼ି ଜବତ କରାଯାଇଛି । ଦିଲ୍ପୀ ପୋଲିସ ସ୍ପେଶାଲ୍ ସେଲ୍ ଏମାନଙ୍କୁ ଆର୍ଥିକ ସହଯୋଗ କେଉଁଠୁ ଆସୁଥିଲା, ଅନ୍ୟ ସନ୍ଦିଗ୍ଧ ଏବଂ ନେଟୱାର୍କ ସମ୍ପର୍କରେ ଜେରା କରିବ । ଜୁନ ୧୪ ତାରିଖରେ ପାକିସ୍ତାନ ଆଇଏସଆଇ ହ୍ୟାଣ୍ଡଲର ଶାହଜାଦ ଭଟ୍ଟି ସହିତ ଜଡିତ ଏକ ୮ ସଦସ୍ୟ ବିଶିଷ୍ଟ ଆତଙ୍କୀ ମଡ୍ୟୁଲର ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୂର୍ବରୁ, ଦିଲ୍ଲୀ ପୋଲିସ ଅପରେସନ ଗ୍ୟାଙ୍ଗ ବଷ୍ଟ ୨.୦ ସମୟରେ ଏହି ମଡ୍ୟୁଲର ୩ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ଜ୍ଝଏମାନେ ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିବା, ପୋଷ୍ଟର ମାଧ୍ୟମରେ ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲରଙ୍କୁ ପ୍ରଶଂସା କରିବା ଏବଂ କଥିତ ଆଇଏସ୍ଆଇ-ପ୍ରାୟୋଜିତ ସଂଗଠନ ତେହେରିକ-ଏ-ତାଲିବାନ୍ ହିନ୍ଦୁସ୍ତାନକୁ ପ୍ରୋତ୍ସାହିତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।