ଦୀପୋତ୍ସବ ପାଇଁ ପ୍ରସ୍ତୁତ ରାମଙ୍କ ନଗରୀ, ଜଳିବ ୫ ଲକ୍ଷରୁ ଅଧିକ ଦୀପ

ଅଯୋଧ୍ୟା,୨୪/୧୦ : ରାମଙ୍କ ନଗରୀ ଅଯୋଧ୍ୟାରେ ତୃତୀୟ ଦିବ୍ୟ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ । ତିନି ଦିନ ଧରି ଚାଲୁଥିବା ଦୀପୋତ୍ସବର ଅନ୍ତିମ ଦିନ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମ୍ପୂର୍ଣ୍ଣ ସରକାର ଅଯୋଧ୍ୟାରେ ପହଁଚିବେ। ଏହି ଦିନ ଅଯୋଧ୍ୟାରେ ପାଞ୍ଚ ଲକ୍ଷରୁ ଅଧିକ ଦୀପ ଜଳାଇ ବିଶ୍ଵକୁ କୀର୍ତ୍ତୀମାନ୍ କରିବାକୁ କାମନା କରାଯିବ।

ତେବେ କେବଳ ଦୀପ ଜାଳି ନୁହେଁ ଏଠାରେ ବିଦ୍ୟୁତ୍ ଲାଇଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ରାମକଥା ପାର୍କକୁ ରାମାୟଣ ଆଧାରିତ ଥିମରେ ସାଜସଜା କାମ ଚାଲିଛି। ଏହି ଉତ୍ସବରେ ୨ ହଜାରରୁ ଅଧିକ ଯୁବଗୋଷ୍ଠୀ ଭାଗ ନେବେ ବୋଲି ସୂଚନା ମିଳିଛି। ଦୀପୋତ୍ସବ ପାଇଁ ସରଯୁ ଘାଟକୁ ଆରତୀ ପାଇଁ ପ୍ରସ୍ତୁତ କରାଯାଇଛି। କାନ୍ଥରେ ଚିତ୍ର ସବୁ ଅଙ୍କା ଯାଇଛି। ଭରତକୁଣ୍ଡରେ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି। ଅଯୋଧ୍ୟାର ତୁଳସୀ ଉଦ୍ୟାନକୁ ମଧ୍ୟ ବିଭିନ୍ନ ଲାଇଟରେ ସଜାଯାଇଛି।