ଦୁବାଇ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବୁମ୍ରା ୮୭୦ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଏହା ପଛକୁ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରୀ ଦ୍ବିତୀୟ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ତୃତୀୟ, ପ୍ୟାଟ୍ କମିନ୍ସ ଚତୁର୍ଥ ଓ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ ପଞ୍ଚମ, ଅଷ୍ଟ୍ରେଲିଆର ସ୍କଟ ବୋଲାଣ୍ଡ ଷଷ୍ଠ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଅଷ୍ଟମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆ ଟ୍ରେଭିସ ହେଡ୍ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ଦ୍ବିତୀୟ, ଜୋ ରୁଟ୍ ୩ୟ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୪ର୍ଥ, ଦକ୍ଷିଣ ଆଫ୍ରିକାର ତେମ୍ବା ବଭୁମା ପଞ୍ଚମ, ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ଷଷ୍ଠ,ଭାରତର ଶୁବମନ ଗିଲ୍ ସପ୍ତମ, ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ଅଷ୍ଟମ, ଭାରତର ଯଶସ୍ବୀ ଜୟସୱାଲ ୯ମ ଓ ପାକିସ୍ତାନର ବାବର ଆଜାମ ୧୦ତମ ସ୍ଥାନରେ ରହିଛନ୍ତି। ବାବର ଦୁଇ ବର୍ଷ ପରେ ଆଇସିସି ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦କୁ ଫେରିଛନ୍ତି।