ଜ୍ୟୋତିଷ ଶାସ୍ତ୍ରରେ କର୍ମଫଳଦାତା ଓ ନ୍ୟାୟର ଦେବତା ଶନିଦେବ । ଆସନ୍ତା ୨୦ ଅଗଷ୍ଟରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି ଶନିଦେବ । ପଞ୍ଚାଙ୍ଗ ଅନୁସାରେ, ଶନି ରେବତୀ ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ଗୋଚର ୯ ଅକ୍ଟୋବର ପର୍ଯ୍ୟନ୍ତ ରହିବ ।
ଶନିଙ୍କ ଧୀର ଗତି ଏବଂ ଦୀର୍ଘ ସମୟ ଧରି ଗୋଟିଏ ନକ୍ଷତ୍ରରେ ରହିବା କାରଣରୁ ଏହାର ପ୍ରଭାବ ସମସ୍ତ ରାଶିର ଜୀବନ ଉପରେ ଗଭୀର ଓ ଦୀର୍ଘକାଳୀନ ହୋଇଥାଏ । ଶନିଦେବ ପରିଶ୍ରମର ଫଳ, ସ୍ଥିରତା, ପଦ-ପ୍ରତିଷ୍ଠା ଏବଂ ଧନ-ସମ୍ପତ୍ତି ପ୍ରଦାନ କରୁଥିବା ଗ୍ରହ ଭାବେ ମାନ୍ୟତା ପାଇଛନ୍ତି । ୨୦ ଅଗଷ୍ଟରୁ ୯ ଅକ୍ଟୋବର ମଧ୍ୟରେ ଶନିଙ୍କ ଏହି ନକ୍ଷତ୍ରରେ ରହିବା ୩ଟି ରାଶି ପାଇଁ ସ୍ୱର୍ଣ୍ଣିମ ସମୟ ପ୍ରମାଣିତ ହୋଇପାରେ ।
ବୃଷ : ବୃଷ ରାଶିର ଜାତକଙ୍କ ପାଇଁ ୨୦ ଅଗଷ୍ଟରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ସମୟ ବରଦାନ ସଦୃଶ ରହିବ । ଚାକିରିଆମାନଙ୍କୁ ପଦୋନ୍ନତି, ଦରମା ବୃଦ୍ଧି କିମ୍ବା ମନପସନ୍ଦ ସ୍ଥାନକୁ ବଦଳି ମିଳିପାରେ । ବ୍ୟବସାୟୀଙ୍କ ପାଇଁ ନୂଆ ବ୍ୟବସାୟିକ ଚୁକ୍ତି ବେଶ୍ ଲାଭଦାୟକ ହୋଇପାରେ । ଆୟର ପୁରୁଣା ଓ ନୂଆ ଉତ୍ସ ମଜବୁତ ହେବ । ଅଟକି ରହିଥିବା ଟଙ୍କା ଫେରିପାଇବାର ପ୍ରବଳ ଯୋଗ ରହିଛି ।
ତୁଳା : ତୁଳା ରାଶିର ସ୍ୱାମୀ ଶୁକ୍ର ଏବଂ ଶନି ତୁଳା ରାଶିରେ ଉଚ୍ଚସ୍ଥ ହୋଇଥାନ୍ତି । ତେଣୁ ଶନିଙ୍କ ଏହି ଗୋଚର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିପାରେ । ଦୀର୍ଘଦିନ ଧରି ଅଟକିଥିବା କାମ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେବାକୁ ଲାଗିବ । ଆପଣଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ । ନୂଆ ଘର, ଗାଡ଼ି କିମ୍ବା ସମ୍ପତ୍ତି କିଣିବାର ଯୋଗ ରହିଛି । ପାରିବାରିକ ଜୀବନରେ ସ୍ଥିରତା ଓ ସୁଖ, ସମୃଦ୍ଧି ଆସିବ ।
ମକର : ମକର ରାଶିର ସ୍ୱାମୀ ନିଜେ ଶନିଦେବ । ୯ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଆର୍ଥିକ ଓ ବୃତ୍ତିଗତ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ଆଣିପାରେ । ନିବେଶ, ଶେୟାର ବଜାର କିମ୍ବା ପୈତୃକ ସମ୍ପତ୍ତିରୁ ହଠାତ୍ ବଡ଼ ଧନଲାଭ ହୋଇପାରେ । ସମାଜ ଓ କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । ଉଚ୍ଚ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିପାରେ ।