ମହାକାଳପଡ଼ା ରେ ମିଳିତମଞ୍ଚ ତରଫରୁ ଓଡିଶା ବନ୍ଦ ସଫଳ

ମହାକାଳପଡ଼ା, ୦୯/୧୦ : ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେସନ ଆମେଣ୍ଡମେଣ୍ଟ (ଏମଏମଡିଆର) ଆକ୍ଟ ପ୍ରତ୍ୟାହାର ,ମୁଖ୍ୟନିର୍ବାଚନ କମିଶନର ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ବହିଷ୍କାର,ବନ୍ୟା ପ୍ରପୀଡ଼ିତ ଙ୍କ ପୁନର୍ବାସ ଦାବିରେ ମିଳିତ ମଞ୍ଚ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା l ମହାକାଳପଡ଼ା ଉପର କେନାଲ ରାସ୍ତାରେ ମିଳିତ ମଞ୍ଚ ର ସହଯୋଗ ରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପୌରହିତ୍ୟ ରେ ୧୨ଘଣ୍ଟିଆ ଓଡିଶା ବନ୍ଦ ନେଇ ଆନ୍ଦୋଳନ କାରି ମାନେ ବସିରହିଥିଲେ l ଯାହାଫଳରେ ମହାକାଳପଡ଼ା ଅଞ୍ଚଳ ର ମୁଖ୍ୟ ରାସ୍ତା ରେ ଯାତାୟତ ପୁରା ଠପ ରହିଥିବା ବେଳେ ଆନ୍ଦୋଳନ କାରି ମାନେ ଡବଲ ଇଂଜିନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ l ସହଯୋଗୀ ଆନ୍ଦୋଳନକାରି ମାନେ ବୁଲି ବୁଲି ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ କଲେଜ ଏବଂ ଦୋକାନ ବଜାର ବନ୍ଦ କରାଇଥିଲେ l ବିଶେଷ କରି ଓଡିଶା ବନ୍ଦ ର ୧୨ଘଣ୍ଟା ପୂର୍ବରୁ ଓଡିଶା ର ପ୍ରମୁଖ ବିରୋଧୀ ଦଳ ବିଜେଡି ସମର୍ଥନ ପ୍ରତ୍ୟାହାର କରିଥିଲେ ବି ମିଳିତ ମଞ୍ଚ ମୁଖ୍ୟ ପୁରୋଧା କଂଗ୍ରେସ ର ୧୨ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି l ଜାତୀୟ ରାଜନୈତିକ ଦଳ ଠାରୁ ସମ ଦୂରତା ରକ୍ଷା କରିବା ଲକ୍ଷ୍ୟରେ ବିଜେଡି ସମର୍ଥନ ପ୍ରତ୍ୟାହାର ପରେ ବି ଓଡିଶା ବନ୍ଦ ଉପରେ କୌଣସି କୁପ୍ରଭାବ ପକାଇନାହିଁ ବୋଲି ଆନ୍ଦୋଳନ କାରୀମାନେ କହିଛନ୍ତି l ମହାକାଳପଡ଼ା କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରତାପ ନାୟକ, ବେଣୁଧର ସାହୁ, ନିରାକାର ଯେନା, ନରୋତ୍ତମ ପାର୍ଥସାରଥୀ, ତନ୍ମୟ ଲେଙ୍କା, ବସନ୍ତ ସେଠି, ରଘୁନାଥ ସେଠି, ପ୍ରଭାକର ନାଥ ଦେବେନ୍ଦ୍ର ସ୍ୱାଇଁ, ବିଜୟ ପଣ୍ଡା, ରାମଚନ୍ଦ୍ର ବେହେରା ଆଦି ଆଗ ଧାଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ l