ଭୁବନେଶ୍ୱର, ୦୯/୧୦ : ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଡାକ ଦିବସ । ଡାକସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଓ ସହଯୋଗକୁ ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଦିବସର ଇତିହାସ ରହିଛି ୧୮୭୪ ମସିହା ସହ ଜଡ଼ିତ । ସେହି ବର୍ଷ ଅକ୍ଟୋବର ୯ ତାରିଖରେ ସ୍ୱିଜରଲ୍ୟାଣ୍ଡର ବର୍ନ ସହରରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ବା UPU ପ୍ରତିଷ୍ଠା ହୋଇଥିଲା । ଏହି ସଂଗଠନ ଅନ୍ତର୍ଜାତୀୟ ଡାକ ବ୍ୟବସ୍ଥାକୁ ସୁସଂଗଠିତ କରିବା ଏବଂ ବିଭିନ୍ନ ଦେଶ ମଧ୍ୟରେ ଡାକ ଆଦାନପ୍ରଦାନକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ।