ଅବଢ଼ା ଯୋଜନାରେ ପୁରୀ ପାଇଁ ଅଧିକ ୧୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୯/୧୦ : ଅବଢ଼ା ଯୋଜନାରେ ପୁରୀ ପାଇଁ ଅଧିକ ୧୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ପାଇଁ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭ କୋଟି ୧୯ ଲକ୍ଷ ଟଙ୍କା । ଏବେ ଏହା ୬୫୮ କୋଟି ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେଥିପାଇଁ ଅଧିକ ୧୦୦ କୋଟି ୮୩ ଲକ୍ଷ ଟଙ୍କା ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୂଷା ନଦୀର ସଂପ୍ରସାରଣ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ବହୁମୁଖୀ ହଲ୍ ନିର୍ମାଣ କରାଯିବ । ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ, ତାହା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅବଢ଼ା ଯୋଜନାରେ ପୁରୀ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ମଞ୍ଜୁର, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୂଷା ନଦୀର ସଂପ୍ରସାରଣ, ଏହିସବୁ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପ ପାଇଁ ପୂର୍ବ ଅପେକ୍ଷା ଅଧିକ ୧୦୦.୮୩ କୋଟି ଟଙ୍କା ବିନିଯୋଗ ହେବ, ‘ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ ନିଶ୍ଚୟ ଦିଆଯିବ’, ଏଥିପାଇଁ ଅର୍ଥର ଅଭାବ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରାରମ୍ଭିକ ବଜେଟ ଅନୁଯାୟୀ ଏଥିପାଇଁ ୫୫୭.୧୯ ଟଙ୍କା ମଞ୍ଜୁର ହୋଇଥିଲା, ଏହି ପ୍ରକଳ୍ପରେ ଆଉ ଅଧିକ ନିର୍ମାଣ କାର୍ୟ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ପଞ୍ଚମ ମହଲାରେ ହେବ ବହୁମୁଖୀ ହଲ୍, ୨ ହଜାର ଆସନ ବିଶିଷ୍ଟ ମଲ୍‌ଟି ପର୍ପୋଜ୍ ହଲ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ।