ଭୁବନେଶ୍ୱର, ୦୯/୧୦ : ଡ. ସଚ୍ଚିନନ୍ଦନମହାନ୍ତି, ଏଲ୍ ସେଭି ଅର୍ଓଷ୍ଟାନ ଫୋର୍ଡ ବିଶ୍ୱବିଦ୍ୟାଳୟର ତଥ୍ୟ ଆଧାରିତ ବିଶ୍ୱସ୍ତରୀୟ ତାଲିକାରେ ଶ୍ରେଷ୍ଠ ୨ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ୨୦୨୩–୨୦୨୬ ମସିହା ପାଇଁ ସେ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଅଛନ୍ତି। ତାଙ୍କ ଉପକ୍ଷେତ୍ର ହେଉଛି କୃତ୍ରିମ ବୁଦ୍ଧିମତ୍ତା ଓ ଚିତ୍ର ପ୍ରକ୍ରିୟାକରଣ। ଏହିଡାଟାବେସ୍ରେ ତାଙ୍କ ବିଶ୍ୱସ୍ତରୀୟରାଙ୍କ୍ ୫୫,୮୧୩, ଉପକ୍ଷେତ୍ରରାଙ୍କ୍ ୨,୬୨୧, H-index ୧୯ଏବଂ Hm-index ୯ରହିଛି। ଡ. ମହାନ୍ତିଙ୍କ ଗବେଷଣାର ପରିସର କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଲର୍ଣ୍ଣିଂ, ଡାଟାମାଇନିଂ, ବିଗ୍ ଡାଟାଆନାଲିଟିକ୍ସ, କମ୍ପ୍ୟୁଟେସନାଲ୍ ଇଣ୍ଟେଲିଜେନ୍ସ, ବ୍ରେନ୍–କମ୍ପ୍ୟୁଟର ଇଣ୍ଟରଫେସ୍ ଏବଂଏଆଇ-ଆଧାରିତ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ବ୍ୟାପ୍ତ। ତାଙ୍କ ଗବେଷଣାରୁ ଅନେକ ଶିକ୍ଷାମୂଳକ ପ୍ରକାଶନ ହୋଇଛି ଏବଂ ଦେଶ- ବିଦେଶର ଗବେଷକ ଓ ସଂସ୍ଥା ମାନଙ୍କ ସହ ସହଯୋଗ ଗଢ଼ି ଉଠିଛି।
ଶିକ୍ଷାଗତ ଓ ବୃତ୍ତିଗତ କାର୍ଯ୍ୟକ୍ରମ ପାଇଁ ସେ ପ୍ରାୟ୨୮ ଟି ଦେଶ ଗସ୍ତ କରିଛନ୍ତି। ସେଠାରେ ମୁଖ୍ୟ ବକ୍ତବ୍ୟ, ଆମନ୍ତ୍ରିତ ଅଭିଭାଷଣ, ବ୍ୟାଖ୍ୟାନ, ଅନ୍ତର୍ଜାତୀୟ ସମ୍ମିଳନୀ, ଗବେଷଣା ବୈଠକ ଓ ଶିକ୍ଷାଗତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅଭିଜ୍ଞତା ଗବେଷଣା ସହ ଯୋଗକୁ ସୁଦୃଢ଼ କରିବା ସହ ବିଶ୍ୱସ୍ତରୀୟ ଶିକ୍ଷାଗତ ଆଦାନ ପ୍ରଦାନକୁ ଉତ୍ସାହିତ କରିଛି।
ଡ. ମହାନ୍ତି ଅନ୍ତର୍ଜାତୀୟ ସମ୍ମିଳନୀ ଗୁଡ଼ିକର ଆୟୋଜନ ଓ ନେତୃତ୍ୱରେ ମଧ୍ୟ ସହଯୋଗ କରିଛନ୍ତି। ଗବେଷଣା, ଗବେଷକମାନଙ୍କୁ ମାର୍ଗ ଦର୍ଶନ, ସମ୍ପାଦକୀୟ କାର୍ଯ୍ୟ ଏବଂ ଅନ୍ତର୍ଜାତୀୟ ବୃତ୍ତି ଗତ ସଂଗଠନରେ ତାଙ୍କ ଅଂଶ ଗ୍ରହଣ ଉଲ୍ଲେଖନୀୟ। “ଏହି ସ୍ୱୀକୃତି ମୋର ଗବେଷଣାର୍ଥୀ, ସହଯୋଗୀ, ସହକର୍ମୀ, ଛାତ୍ରଛାତ୍ରୀ ଓ ମାର୍ଗ ଦର୍ଶକମାନଙ୍କ ସମ୍ମିଳିତ ପ୍ରୟାସର ପ୍ରତିଫଳନ। ସମାଜର ହିତ ପାଇଁ ପ୍ରଭାବଶାଳୀ ଗବେଷଣା ଓ ନୂତନ ପ୍ରଯୁକ୍ତିର ବିକାଶରେ ମୁଁ ନିରନ୍ତର ଅବଦାନ ରଖିବାକୁ ପ୍ରତିବଦ୍ଧ। ସେ ନିଜ ପିତା ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ଓ ମାତା ଶ୍ରୀମତୀ ଚାରୁଲତା ମହାନ୍ତିଙ୍କ ନିରନ୍ତର ସମର୍ଥନ ଓ ଉତ୍ସାହ ପାଇଁ କୃତଜ୍ଞତା ଜଣାଇଛନ୍ତି। ସହକର୍ମୀ ଓ ଶିକ୍ଷାଜଗତର ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ସଫଳତା କାମନା କରିଛନ୍ତି।