ନୂଆଦିଲ୍ଲୀ, ୩୦/୧୦ : ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦରୁ ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ବିରୋଧୀଙ୍କ ନୂଆ ରଣନୀତି। ଆଜି ବସିବ ଇଣ୍ଡି ମେଣ୍ଟର ଛାୟା ସଂସଦ । ନଭେମ୍ବର ୧ରେ ଇଣ୍ଡି ମେଣ୍ଟର ବିଶାଳ ରାଲି ପୂର୍ବରୁ ଏହି ଛାୟା ସଂସଦ ଜରିଆରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।