ଭୁବନେଶ୍ୱର, ୨୬/୧୧ : କାର୍ତ୍ତିକ ମାସ ସରିବା କ୍ଷଣି ହାଣ୍ଡିଶାଳରେ ପୁଣି ଆମିଷର ମହକ । ଛାଡ଼ଖାଇରେ ମାଛ, ମାଂସ ଓ ଚିକେନ୍ କିଣିବାକୁ ବଜାରରେ ଲାଗିଥିଲା ଗ୍ରାହକଙ୍କ ଭିଡ଼ । କେଉଁଠି ମଟନ୍ ପାଇଁ ଲମ୍ବା ଲାଇନ୍ ତ ଆଉ କେଉଁଠି ମାଛ ଓ ଚିଙ୍ଗୁଡ଼ି କିଣିବାକୁ ଗ୍ରାହକଙ୍କ ଭିଡ଼ । ଦର ଟିକେ ଅଧିକ ଥିଲେ ମଧ୍ୟ ଆମିଷ ପ୍ରେମୀଙ୍କ ଉତ୍ସାହରେ କୌଣସି କମି ନଥିଲା । ଆଉ ଏହି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି କୋଟି କୋଟି ଟଙ୍କାର ଆମିଷ ବେପାର ।