ଭୁବନେଶ୍ୱର, ୨୭/୧୧ : ଖସିଲା ପାରଦ, ବଢ଼ିଲା ଶୀତ । ଚଳିତ ଶୀତ ଋତୁରେ ଆଜି ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି । ୧୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତ ଅନୁଭୂତ ହୋଇଛି । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।କେନ୍ଦୁଝରରେ ୧୪.୬, ସମ୍ବଲପୁରରେ ୧୬.୦, ପାରାଦୀପରେ ୧୯.୦ ଏବଂ ବାଲେଶ୍ୱରରେ ୧୮.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଗତ ତିନି ଦିନ ମଧ୍ୟରେ ୭.୬ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି ।