କରୋନା ପାଇଁଁ ୩୦% କମିଲା ସିଲାବସ୍

ଭୁବନେଶ୍ୱର, ୭/୭ : କୋରୋନା ପାଇଁ ୩୦% କମିବ ସିଲାବସ୍। CBSE ଓ NCERT ପାଠ୍ୟକ୍ରମ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ସିଲାବସ୍‌ କମାଇବାକୁ ନିଷ୍ପତ୍ତି ନେଇଛି ସିବିଏସଇ ବୋର୍ଡ଼ ।

ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କ ପରାମର୍ଶ କ୍ରମେ ହୋଇଛି ନିଷ୍ପତ୍ତି। ଯେଉଁ ବିଷୟ ଅନ୍ୟ ଅଧ୍ୟାୟରେ ଦୋହରାଯାଇଛି, ତାକୁ ବାଦ୍‌ ଦିଆଯାଇଛି। ଏହାସହ ବାଦ୍ ଦିଆଯାଇଥିବା ଟପିକ୍ ଅନ୍ୟ ବିଷୟରେ ଲିଙ୍କ୍ ଥିଲେ ପଢାଯିବ। କୋରୋନା କଟକଣା ହେତୁ ଶିକ୍ଷାନୁଷ୍ଠାନ ବନ୍ଦ ରେ କ୍ଲାସ ରୁମ୍ ପାଠପଢ଼ାରୁ ବଂଚିତ ରହିଛନ୍ତି ଛାତ୍ରଛାତ୍ରୀ। ଯଦ୍ୱାରା ୨୦୨୦-୨୧ର ପାଠପଢ଼ା ବ୍ୟାହତ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।