ନୂଆଦିଲ୍ଲୀ, ୩୧/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୫୮ ଲକ୍ଷ ୯୨ ହଜାର ୧୬୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୯୩ ହଜାର ୨୧୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୩୨ ଲକ୍ଷ ୩୭ ହଜାର ୮୪୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୧୪ ଲକ୍ଷ ୬୧ ହଜାର ୧୦୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୩ ହଜାର ୧୯୧ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୧୬ ହଜାର ୧୯୪ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩୫ ହଜାର ୧୫୬ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୦ ଲକ୍ଷ ୧୮ ହଜାର ୯୨୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦ ଲକ୍ଷ ୬୨ ହଜାର ୧୧୬। ଏଥିରୁ ୧୬ ହଜାର ୯୮୩ ଜଣ ଗୁରୁତର ଅଛନ୍ତି ।