କରୱାଚୌଥରେ ସ୍ୱାମୀକୁ ଜୀଅନ୍ତା ଜାଳିଲା ସ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ : ପ୍ରତିବର୍ଷ କରୱାଚୌଥରେ ପତ୍ନୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ କରୁଥିଲାବେଳେ ସେହି ଦିନ ମଧ୍ୟପ୍ରଦେଶରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ଦେଇଥିବାର ଖବର ସାମ୍ନାକୁ ଆସିଛି। ବିବାହର ୮ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନହେବାରୁ ମହିଳା ଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗାନ୍ଧୱାନୀର ବୋରଡ଼ାବରା ଗ୍ରାମରେ ଏଭଳି ଘଟଣା ଘଟିଛି। ବିବାହର ୮ ବର୍ଷ ପରେ ମଧ୍ୟ ସନ୍ତାନ ଜନ୍ମ ନହେବା ଝଗଡ଼ାର ମୁଖ୍ୟ କାରଣ ଥିଲା। ସନ୍ତାନ ନ ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା। ଘଟଣା ଦିନ ବିବାଦ ଏତେ ବଢିଯାଇଥିଲା ଯେ ପତ୍ନୀ ହିରଲାବାଇ ତାଙ୍କ ସ୍ୱାମୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ବାମୀକୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରିଛି।