ଫୁସଫୁସକୁ ରକ୍ଷା କରେ ହର୍ବାଲ ଚା’

ବାସ୍ତବରେ ପାଣିପାଗ ବାୟୁର ଗୁଣକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ଯେଉଁଥିପାଇଁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ଆଜମା, ବ୍ରୋଙ୍କାଇଟିସ୍, ନିମୋନିଆ ଏବଂ କ୍ରନିକ୍ ଫୁସଫୁସ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ଏହି ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଫୁସଫୁସକୁ ଧୂଳି କଣିକା ଠାରୁ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ।

ଏହି ଘରୋଇ ଉପଚାର ଫୁସଫୁସକୁ ସଫା ରଖିବାରେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ବିଶେଷଜ୍ଞ ଲୁକ ନିଜ ପୋଷ୍ଟରେ ଏକ ବିଶେଷ ପ୍ରକାରର ଚା’ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଫୁସଫୁସକୁ ସଫା ରଖିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହି ବିଶେଷ ଚା’ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ।

ଏହି ଚା’ ପ୍ରାକୃତିକ ଜଡିବୁଟି ଏବଂ ମସଲାରେ ପ୍ରସ୍ତୁତ କରାଯାଏ ଯାହା ସାଧାରଣତଃ ପ୍ରତ୍ୟେକଙ୍କ ଘରେ ଉପଲବ୍ଧ ଏବଂ ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ଚା’ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଏବଂ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଏହିଭଳି ଔଷଧୀୟ ଗୁଣ ବିଶିଷ୍ଟ ପାନୀୟ ଏବଂ ରୋଗ ପ୍ରତିରୋଧକ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତାପମାତ୍ରା ହ୍ରାସ ପାଇବା ସହ ବାୟୁ ପ୍ରଦୂଷଣର ସ୍ଥର ବୃଦ୍ଧି ପାଇଥାଏ ଯାହା ଫୁସଫୁସ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ। ପ୍ରତିଦିନ ଏହି ଚା’ ପିଇବା ଦ୍ୱାରା ଏହା ଫୁସଫୁସକୁ ସଫା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏହି ଚା’ ସେବନ ପ୍ରତିରୋଧକ କ୍ଷମତାକୁ ମଜବୁତ କରେ ଯାହା ଅସୁସ୍ଥତାକୁ ରୋକିଥାଏ।

ଜାଣନ୍ତୁ ହର୍ବାଲ ଚା’ ପ୍ରସ୍ତୁତି ପ୍ରଣାଳୀ :
ଏହି ହର୍ବାଲ ଚା’ ପ୍ରସ୍ତୁତ କରିବାକୁ ଆପଣଙ୍କୁ ଆବଶ୍ୟକ, ୧ ଇଞ୍ଚ କୋରା ଅଦା, ୧ ଛୋଟ ଚାମଚ ଡାଲଚିନି, ଅଧା ଚାମଚ ତୁଳସୀ ପତ୍ର, ୧ ଚାମଚ ଜୁଆଣି, ୩ଟି ଗୋଲମରିଚ, ୨ଟି ଅଳେଇଚ, ୧/୪ ଚାମଚ ପାନମଧୁରୀ, ୧/୪ ଚାମଚ ଜିରା । ଏହିସବୁ ସାମଗ୍ରୀକୁ ଏକ ପ୍ୟାନରେ ପକାଇ ଗୋଟିଏ ଗ୍ଲାସ ପାଣି ଢାଳନ୍ତୁ। ଏହାକୁ ୧୦ ମିନିଟ ଫୁଟାନ୍ତୁ। ଏହାପରେ ତାକୁ ଏକ କପରେ ଛାଣି ଦିଅନ୍ତୁ। ସ୍ୱାଦ ପାଇଁ ଏଥିରେ ଆପଣ ମହୁ କିମ୍ବା ଗୁଡ ମଧ୍ୟ ମିଶାଇ ପାରିବେ।

ନିୟମିତ କଫି ପିଇବା ଛାଡି ପ୍ରତିରୋଧକ କ୍ଷମତା ବଢାଇବାକୁ ଏବଂ ଫୁସଫୁସ ସଫା ରଖିବାକୁ ସକାଳୁ ଏହି ହର୍ବାଲ ଚା’ ସେବନ କରନ୍ତୁ। ଦିନକୁ ଅନେକଥର ଏହି ଚା’ ସେବନ କରିବା ଦରକାର ନାହିଁ। ଏହାର ଫାଇଦା ଉଠାଇବା ପାଇଁ ସକାଳୁ ସେବନ କରନ୍ତୁ।