ନୂଆଦିଲ୍ଲୀ, ୭/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୯୬ ଲକ୍ଷ ୪୫ ହଜାର ୧୭୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୪୭ ହଜାର ୯୭୧ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୫୨ ଲକ୍ଷ ୪୨ ହଜାର ୫୮୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୩୧ ଲକ୍ଷ ୫୪ ହଜାର ୬୧୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ହଜାର ୭୪୨ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୫ ହଜାର ୧୧ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୨ ହଜାର ୨୦୩ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୩ ଲକ୍ଷ ୮୮ ହଜାର ୪୭୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୪ ଲକ୍ଷ ୨୪ ହଜାର ୩୨୯। ଏଥିରୁ ୧୮ ହଜାର ୨୪୩ ଜଣ ଗୁରୁତର ଅଛନ୍ତି ।