ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲର୍ଣ୍ଣସ୍ ଲାଇସେନ୍ସ ଟେଷ୍ଟ । ଏଥିପାଇଁ ୧୨ ତାରିଖଠାରୁ ସ୍ଲଟ ବୁକିଂ କରାଯିବ । ୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ପରିବହନ କମିଶନରଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।