ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ‘ରେଳ ରୋକ’

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କର ଆନ୍ଦୋଳନ ଥମିବା ପରିବର୍ତ୍ତେ ଆହୁରି ଜୋରଦାର ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୧୮ରେ କୃଷକମାନେ ଦେଶବ୍ୟାପୀ ଚାରି ଘଣ୍ଟିଆ ‘ରେଳ ରୋକ’ କରିବେ ବୋଲି ଆଜି ବିଳମ୍ବିତ ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଭାଷଣ ଦେବା ଅବସରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଆଲୋଚନା ଆରମ୍ଭ କରିବା ପାଇଁ ଆସିବାକୁ ନିବେଦନ କରବାର କିଛି ଘଣ୍ଟା ପରେ ଆନ୍ଦୋଳନରତ ଚାଷୀ ନେତାମାନେଏହି ଘୋଷଣା କରିଛନ୍ତି।