ଟ୍ରକକୁ ଧକ୍କା ଦେଲା ବସ, ୩୦ ମୃତ, ୪୦ ଆହତ

କରାଚୀ,୧୯/୭ : ଆଜି ପାକିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ପଞ୍ଜାବର ଡେରା ଗାଜୀ ଖାନସ୍ଥିତ ସିନ୍ଧୁ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ ସହ ଧକ୍କା ହେବାରୁ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ଏହି ବସ୍ ସିଆଲକୋଟରୁ ରାଜନପୁର ଯାଉଥିଲା। ଡେରା ଗାଜି ଖାନ କମିଶନର ଇଶାଦ ଅହମ୍ମଦ ସ୍ପଷ୍ଟ କରିଛନ୍ତି ଯେ ଏହି ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଓ ଆହତମାନଙ୍କୁ DHQ ଶିକ୍ଷାଦାନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପରେ, DHQ ଟିଚିଂ ହସପିଟାଲ୍ ମେଡିକାଲ୍ କଲେଜର ପ୍ରିନ୍ସପାଲ୍ ଡ.ଆସିଫ୍ କୁରେଶି ଡନ୍ ଡଟ୍ କମ୍ କୁ କହିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଡାକ୍ତରଖାନା ପରିଚାଳନା ଅନୁଯାୟୀ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।