ସ୍ୱାସ୍ଥ୍ୟକାରୀ କମଳା

କମଳା ଏକ ପ୍ରସିଦ୍ଧ ଫଳ ଅଟେ । କମଳାରେ ବିଭିନ୍ନ ଭିଟାମିନ୍‌ ପ୍ରଚୁର ପରିମାଣର ମିଳିଥାଏ । ତେବେ ଯଦି ଏହି ଫଳକୁ ପ୍ରତିଦିନ ଖିଆଯାଏ ଏହା ଆମ ଶରୀରକୁ ବିଭିନ୍ନ ରୋଗରୁ ଦୂର କରିବାରେ ସହାୟତା ହୁଏ । ଆପଣ ଚାହିଁଲେ ଏହି ଫଳକୁ ଚୋପା ଛଡାଇ ଖାଇପରିବେ କିମ୍ବା ଏହାର ଜୁସ୍‌ କରି ମଧ୍ୟ ପିଇପାରିବେ । ତେବେ ଆସନ୍ତୁ ଜାଣିବା କମଳାର ସ୍ୱାସ୍ଥ୍ୟଜନିତ ଉପକାରିତା…..
୧. ଥଣ୍ଡା ଓ କଫ ଦୂର ହୁଏ
କମଳାରେ ଭିଟାମିନ୍‌ ‘ସି’ ଅଧିକ ପରିମାଣ ରହିଥାଏ ଏବଂ ଏହି ଭିଟାମିନ୍‌ ଥଣ୍ଡା ଓ କଫ ଭଳି ରୋଗକୁ ଆମ ଶରୀରଠାରୁ ଦୂରେଇ ରଖେ । ଏହି କାରଣରୁ ଯେଉଁମାନଙ୍କ ଶରୀରରେ
ଥଣ୍ଡା ଓ କଫ ଭଳି ସମସ୍ୟା ରହିଛି ସେମାନେ ପ୍ରତିଦିନ ଏହି ଫଳ ଖାଇବା ନିଶ୍ଚିତ ଆବଶ୍ୟକ ।
୨. ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ
ଏହି ଫଳରେ ଥିବା ହେସ୍ପରିଡିନ୍‌ ଏବଂ ମ୍ୟାଗ୍‌ନେସିୟମ ଶରୀରର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
୩. କ୍ୟାନ୍ସରରୁ ରୋଗରୁ ଦୂରେଇ ରଖିଥାଏ
ଶରୀରରେ ଥିବା ‘ଲାଇମେନିନ’୍‌ ଯାହା କ୍ୟାନ୍ସରର ସେଲ୍‌ ଅଟେ, ଏହି ଫଳ ଖାଇବା ଦ୍ୱାରା ଏହା ‘ଲାଇମେନିନ’୍‌ ସେଲ୍‌କୁ ବୃଦ୍ଧି କରିବାରୁ ବଞ୍ଚିତ କରିଥାଏ ।
୫. ଚକ୍ଷୁ ପାଇଁ ଉପକାର
ଏହି ଫଳରେ ଥିବା ଭିଟାମିନ୍‌-ସି ଚକ୍ଷୁ ପାଇଁ ଉପକାର ଅଟେ ।
୮. ଆଣ୍ଠୁଗଣ୍ଠି ବ୍ୟଥାରୁ ମୁକ୍ତି ଦିଏ
ଯେଉଁମାନଙ୍କର ଆଣ୍ଠୁଗଣ୍ଠି ବ୍ୟଥାଜନିତ ସମସ୍ୟା ରହିଛି ସେମାନେ କମଳା ରସକୁ କ୍ଷୀରରେ ମିଶାଇ ପ୍ରତିଦିନ ସେବନ କଲେ ଆଣ୍ଠୁଗଣ୍ଠି ବ୍ୟଥାଜନିତ ସମସ୍ୟା ଦୂର ହୋଇଥାଏ ।