ପଇଡ ଶରୀର ପାଇଁ ଯେତିକି ଉପଯୋଗୀ ସେଥିରୁ ନିର୍ଗତ ପାଣି ବହୁ ଉପଯୋଗୀ ବୋଲି କୁହାଯାଏ । ବିଶେଷତଃ ଗର୍ଭବତୀ ମହିଳା ପଇଡ ପାଣି ପିଇଲେ ପେଟରେ ବଢୁଥିବା ଶିଶୁ ସ୍ୱାସ୍ଥ୍ୟବାନ୍ ହେବା ସହିତ ଗୋରା ଓ ସୁନ୍ଦର ଦେଖାଯାଇଥାଏ । ଖରାଦିନରେ ଲୋକମାନଙ୍କ ପାଇଁ ପଇଡ ପାଣି ଉକୃଷ୍ଟ ହୋଇଥାଏ । ଏଥିରେ ଭିଟାମିନ ସି ଓ ଅମିନୋ ଏସିଡ୍ ରହିଥାଏ । ପଇଡ ଦ୍ୱାରା ଅନ୍ୟ ଉପକାରିତା:-
-ମୁଖରେ ଉଜ୍ଜଳପଣ
ମୁଖରେ ଉଜ୍ଜଳପଣ ଆଣିବା ପାଇଁ ମୁଲତାନି ମାଟି ସହିତ ପଇଡ ପାଣି ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ ମୁହଁ ଏବଂ ବେକରେ ଲଗାନ୍ତୁ । ୧୦ ମିନିଟ୍ ପରେ ମୁହଁ ଭଲଭାବରେ ସଫା କରିଦିଅନ୍ତୁ । ଏପରି କରିବା ଦ୍ୱାରା ବେକର କଳାପଣ ଦୂର ହେବା ସହିତ ମୁହଁ ଚମକ ଆସିଥାଏ ।
-ଦାଗ ସମସ୍ୟା
ମୁଖରେ ବ୍ରଣ କିମ୍ବା ଘା’ ହୋଇଥିଲେ, ପରବର୍ତ୍ତୀ ସମୟରେ ଏହା ମୁହଁରେ କଳା ଦାଗ ଛାଡିଦିଏ । ତେଣୁ ମୁହଁରୁ କଳା ଦାଗ ଛାଡିବା ପାଇଁ ପ୍ରତ୍ୟେକ ଦିନ ଦୁଇଥର ଲେଖାଏଁ ପଇଡ ପାଣିରେ ମୁହଁ ଧୋଇଦିଅନ୍ତୁ । ଦେଖିବେ ବହୁ ଶିଘ୍ର ଦାଗ ସମସ୍ୟା ଦୂର ହେବ ।
-ସୁନ୍ଦର କେଶ ପାଇଁ
କେଶକୁ କୋମଳ ଓ ମୁଲାୟ କରିବା ପାଇଁ ନଡିଆ ତେଲରେ ପଇଡ ପାଣି ମିଶାଇ ମାଲିସ କରନ୍ତୁ । ଏହିପରି କରିବା ଦ୍ୱାରା ରୁପି ସମସ୍ୟା ସହ କେଶର କୋମଳତା ଆସିଥାଏ ।
-ରୋଗ ନିବାରଣ
ପେଟ ଗରମ ହୋଇ ପତଲା ଝାଡା ହେଲେ ପଇଡ ପାଣି ପିଅନ୍ତୁ । ଏହା ଦ୍ୱାରା ପେଟ ଥଣ୍ଡା ସହିତ ବାରମ୍ବାର ଝାଡା ହେବାକୁ ବନ୍ଦ କରିଥାଏ । ପ୍ରତ୍ୟେକ ଦିନ ପଇଡ ପିଇବା ଦ୍ୱାରା ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।
Prev Post
Next Post