ମୃତ୍ୟୁର ତାଣ୍ଡବ ରଚିବ ବୋଷ୍ଟନ ଲ୍ୟାବରେ ପ୍ରସ୍ତୁତ ଭାଇରସ

ବୋଷ୍ଟନ: ସାରା ଦୁନିଆରେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଭୟର ବାତାବରଣ ଦେଖାଦେଇଥିବାବେଳେ ଆମେରିକାର ବୋଷ୍ଟନ ୟୁନିଭରସିଟି ଲ୍ୟାବର ରିସର୍ଚ୍ଚ ଏହି ଭୟକୁ ଅଧିକ ବଢ଼ାଇ ଦେଇଛନ୍ତି । ବୋଷ୍ଟନ ୟୁନିଭରସିଟି ଲ୍ୟାବ୍ରୁ ପ୍ରସ୍ତୁତ କୃତ୍ରିମ କୋଭିଡ-୧୯ ଭାଇରାସ୍ ପ୍ରସ୍ତୁତ କରାଯାଇଥିବା ନେଇ ଦାବି କରାଯାଉଛି । ଏହି କରୋନା ଭାଇରସଟି କରୋନାର ଯେତେ ଭାରିଏଣ୍ଟ ଅଛି ସମସ୍ତଙ୍କ ଠାରୁ ଅତି ମାରାତ୍ମକ । ଏହାର ମୃତ୍ୟୁହାର ୮୦ ପ୍ରତିଶତ ରହିଛି ।

ବୋଷ୍ଟନ ୟୁନିଭରସିଟିର ଏହି ଷ୍ଟଡି ସାର୍ବଜନିକ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବୋଷ୍ଟନ ଲ୍ୟାବର ଗୋଟିଏ ଭୁଲ୍ ପୂରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିବ ବୋଲି ସବୁଠି ଆଲୋଚନା ଜୋର୍ ଧରିଛି । ଆମେରିକା ସ୍ୱାସ୍ଥ୍ୟ ବିଭାଗ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିବା ଜଣାଯାଇଛି ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଫାଇନାନ୍ସିଆଲ ଟାଇମ୍ସ କହିଛି କି, ଆମେରିକା ସରକାର ଉକ୍ତ ରିସର୍ଚ୍ଚ ପାଇଁ ଆଶିଂକ ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି । ତେବେ ଏହା ପୂର୍ବରୁ ସରକାର ଏ ଦିଗରେ ଯାଞ୍ଚ କରିବା ଉଚିତ୍ ଥିଲା ବୋଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଫାଇନାନ୍ସିଆଲ ଟାଇମ୍ସ ପ୍ରକାଶ କରିଛି ।

ପ୍ରାଥମିକ ତଦନ୍ତରେ ଜାଣିବାକୁ ମିଳିଛି କି ଚୀନର ବୁହାନ୍ ଲ୍ୟାବ୍ରେ ସୃଷ୍ଟ କୋଭିଡ-୧୯ର ଅସଲି ଷ୍ଟ୍ରେନ୍ ଓମିକ୍ରନ୍କୁ ଷ୍ଟାଇକ୍ ପ୍ରୋଟିନ୍ ସହ ମେଳ କରାଯାଇଥିଲା । ଷ୍ଟଡିରେ ଜାଣିବାକୁ ମିଳିଛି କି ବୋଷ୍ଟନ୍ ଲ୍ୟାବରେ ପ୍ରସ୍ତୁତ ଏହି ଭାଇରସ୍ ସାମ୍ନାରେ ଓମିକ୍ରନ୍ କମ୍ ଘାତକ ରହିଛି ।

SBI_Festive_Digital Billboard