ସାକ୍ଷୀଙ୍କୁ ଧମକ ଅଭିଯୋଗ : ଥାନାରେ ହାଜର ହେବେ ବିକ୍ରମ ପଣ୍ଡା

ଭୁବନେଶ୍ୱର, ୦୬/୧୦ : ପୁଣି ବଢ଼ିଲା ବିକ୍ରମ ପଣ୍ଡାଙ୍କ ପାଇଁ ଅଡୁଆ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଜଣେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଗୋସାଣୀନୂଆଗାଁ ଥାନାରେ ହାଜର ହେବାକୁ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଜୀବୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାରେ ହାଜର ହେବା ପରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରାଯିବ। ପଚରାଉଚରା ପରେ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।