ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଲୋପ, ତେଲେଙ୍ଗାନା ଓ ମିଜୋରାମରେ ଆଞ୍ଚଳିକ ସରକାର
ନୂଆଦିଲ୍ଲୀ, ୧୨/୧୨ : ପୁଣି ଥରେ ସରକାର ଗଢିବାର ଦାବୀ କରୁଥିବା ଭାରତୀୟ ଜନତା ପାର୍ଟିକୁ ଜୋରଦାର ଝଟକା ଲାଗିଛି । ୫ ରାଜ୍ୟର ଜନାଦେଶ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ୫ ରାଜ୍ୟରେ ହୋଇଥିବା ବିଧାନସଭା ର୍ନିବାଚନରେ ବିଜେପିକୁ ହାରର ସାମ୍ନା କରିବାକୁ ପଡିଥିବା ବେଳେ କଂଗ୍ରେସକୁ ଜନାଦେଶ ବିଶ୍ୱାସ କରିଛନ୍ତି । ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର କ୍ଷମତା ଭୁସୁଡି ପଡିଛି ଛ ୩ ହିନ୍ଦୀ ଭାଷୀ ରାଜ୍ୟକୁ କଂଗ୍ରେସ ବିଜେପି ପrାରୁ ଛଡାଇ ନେଇଛି ।
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟMର ହୋଇଥିଲେ ମଧ୍ୟ ଶେଷରେ କଂଗ୍ରେସ ବାଜି ମାରି ନେଇଛି । ଏଠାରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସତେ୍ୱ ଚଳିତ ନିର୍ବାଚନରେ ଶିବରାଜ ସିଂହ ଚୌହାନଙ୍କୁ ହାରର ସାମ୍ନା କରିବାକୁ ପଡିଛି । ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ସହେଯାଗୀଙ୍କୁ ୧୧୪ ଟି ନିର୍ବାଚନ ମଣ୍ଡଳୀରେ ସଫଳତା ମଳିଥିବା ବେଳେ ବିଜେପି ଅଧିନରେ ୧୦୯ଟି ଆସନ ରହିଛି ।
ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ବଡ ସଫଳତା ମିଳିଛି । ଏଠାରେ ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ବିଜେପିକୁ ଜନାଦେଶ ଅଣଦେଖା କରି କଂଗ୍ରେସକୁ ଆପଣାଇଛନ୍ତି । କୌଣସି ଦଳକୁ ଦୁଇ ଥର ସରକାର ଗଢିବାର ସୁଯୋଗ ନଦେବାର ଇତିହାସକୁ ଦୋହରାଇଛନ୍ତି ରାଜସ୍ଥାନବାସୀ । ତେବେ ନିଜ ହାର ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ବସୁନ୍ଧରା ରାଜେ । ୧୯୯ ଆସନରୁ ୯୯ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟୀ ହୋଇ ସରକାର ଗଢିବାର କ୍ଷମତାକୁ ହାସଲ କରିଛି । ଅନ୍ୟ ପକ୍ଷରେ ବିଜେପିକୁ ମାତ୍ର ୭୩ ଆସନରେ ସ;ୁଷ୍ଟ ହେବାକୁ ପଡିଛି । ସେହିପରି ବିଏସପିକୁ ୬ ଆସନରେ ସଫଳତା ମିଳିଥିବା ବେଳେ ଅନ୍ୟଙ୍କୁ ୨୧ ଆସନରେ ସଫଳତା ମିଳିଛି । ରାଜସ୍ଥାନରେ ସଚିନ ପାଇଲଟ ଏବଂ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦୌଡରେ ଥିବା ବେଳେ କାହାକୁ ଏହି ପଦବୀ ଦିଆଯିବ ତାହା କଂଗ୍ରେସ ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ । ଛତିଶଗଡରେ ଦୀର୍ଘ ୧୫ ବର୍ଷ ଧରି ଶାସନ କରିଆସୁଥିବା ବିଜେପିକୁ ଚଳିତ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ୯୦ ଆସନରୁ ବିଜେପିକୁ ମାତ୍ର ୧୫ ର୍ନିବାଚନ ମଣ୍ଡଳୀରେ ସଫଳତା ମିଳିଛି । ତେବେ କଂଗ୍ରେସ ୬୮ ଆସନରେ ସଫଳତା ପ୍ରାପ୍ତ କରି ସରକାର ଗଢିବାର କ୍ଷମତାକୁ ହାସଲ କରିଛି ।
ଅପର ପକ୍ଷରେ ତେଲେଙ୍ଗାନା ଏବଂ ମିଜୋରାମରେ କଂଗ୍ରେସକୁ ଝଟକା ଲଗିଛି । ଏହି ଦୁଇ ରାଜ୍ୟରେ ଜନାଦେଶ ଆଞ୍ଚଳିକ ରାଜନୈତିକ ଦଳ ଉପରେ ଭରସା କରିଛନ୍ତି । ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ବହୁମତ ସହ ନିଜ କ୍ଷମତାକୁ ଫେରିଥିବା ବେଳେ ମିଜୋରାମରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମଏନଏଫ) ଏକ ତରଫା ବିଜୟ ପ୍ରାପ୍ତ କରି କଂଗ୍ରେସକୁ ଝଟକା ଦେଇଛି ।
ତେବେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସବୁ ରାଜ୍ୟରେ ଶାସନ କ୍ଷମତା ହରାଇବା ବିଜେପି ପାଇଁ ଏକ ବଡ ଝଟକା ସାବ୍ୟସ୍ତ ହୋଇଛି । ସେମି ଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ଫଳ ବିଜେପି ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି ।
ବିଧାନସଭା ର୍ନିବାଚନ ଫଳାଫଳ
ମଧ୍ୟପ୍ରଦେଶ-୨୩୦/୨୩୦ ଆସନ
ବିଜେପି: ୧୦୯ ବିଜୟୀ
କଂଗ୍ରେସ: ୧୧୪ ବିଜୟୀ
ବିଏସପି: ୨ ବିଜୟୀ
ଅନ୍ୟାନ୍ୟ: ୫ଟିରେ ବିଜୟୀ
ରାଜସ୍ଥାନ-୧୯୯/୨୦୦ ଆସନ
ବିଜେପି: ୭୩ ବିଜୟୀ
କଂଗ୍ରେସ: ୯୯ ବିଜୟୀ
ବିଏସପି: ୬ ବିଜୟୀ
ଅନ୍ୟାନ୍ୟ: ୨୧ରେ ବିଜୟୀ
ଛତିଶଗଡ଼-୯୦/୯୦ ଆସନ
ବିଜେପି: ୧୫ ବିଜୟୀ
କଂଗ୍ରେସ: ୬୭ ବିଜୟୀ ଓ ୧ ଆଗରେ
ଜେସିସି: ୭ ବିଜୟୀ
ଅନ୍ୟାନ୍ୟ: ୦୦
ତେଲଙ୍ଗାନା-୧୧୯/୧୧୯ ଆସନ
ତେଲଙ୍ଗାନା ରାଷ୍ଟ୍ର ସମିତି: ୮୮ ବିଜୟୀ
ବିଜେପି: ୧ ବିଜୟୀ
କଂଗ୍ରେସ: ୨୧ ବିଜୟୀ
ଅନ୍ୟାନ୍ୟ: ୦୯
ମିଜୋରାମ-୪୦/୪୦
ମିଜୋ ନ୍ୟାସନାଲ ଫ୍ରଣ୍ଟ: ୨୬ ବିଜୟୀ
ବିଜେପି: ୧ ବିଜୟୀ
କଂଗ୍ରେସ: ୫ ବିଜୟୀ
ଅନ୍ୟାନ୍ୟ: ୮ ବିଜୟୀ