ଲୁଚୁଛନ୍ତି ଅର୍ଜୁନ

ଆଜିକାଲି ମୁଁହ ଲୁଚାଇ ବୁଲିବାର ଦେଖା ଯାଉଛନ୍ତି ଅର୍ଜୁନ କପୁର । ସତ କହିବାକୁ ଗଲେ ସେମିତିରେ ଅର୍ଜୁନ ଏପରି କୌଣସି କାମ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ମୁଁହ ଲୁଚାଇବାକୁ ପଡିବ । ବର୍ତ୍ତମାନ ଅର୍ଜୁନ ‘ପାନିପତ’ର ସୁଟିଂରେ ବ୍ୟସ୍ତଥିବା ଖବର ଶୁଣିବାକୁ ମିଳୁଛି । ନିକଟରେ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମ ପାନିପତର ନିର୍ଦ୍ଦେଶକ ଅଶୁତୋଷ ଗୋବାରିକରଙ୍କୁ ଭେଟିବାକୁ ଯାଇଥିବାବେଳେ ପଡିଜାଇଥିଲେ ଗଣମାଧ୍ୟମର କ୍ୟାମେରା ସାମ୍ନାରେ । ହେଲେ ଅର୍ଜୁନ ନିଜ ମୁଁହକୁ ଏପରି କାହିଁକି ଲୁଚାଇଥିଲେ ତାହା କେହି ଜାଣିପାରୁ ନାହæôନ୍ତି । ଏସବୁରୁ ଗୋଟିଏ କଥା ଅନୁମାନ କରାଯାଇଛି କି ପାନିପତରେ କାଳେ ଅର୍ଜୁନ ନିଜ ଲୁକ୍‌କୁ ନେଇ କୌଣସି ଏକ୍ସପେରିମେଣ୍ଟ କରିଛନ୍ତି। ଯାହାପାଇଁ ସେ ଚାହୁଁନାହାନ୍ତି ଫିଲ୍ମ ରିଲିଜ ପୂର୍ବରୁ ତାଙ୍କର ଏହି ଲୁକ୍‌ ଗଣମାଧ୍ୟମ ସାମ୍ମୁଖକୁ ଆସୁ ବୋଲି । ପାନିପତରେ ଅର୍ଜୁନଙ୍କ ସହ ଆପଣମାନେ ସଞ୍ଜୟ ଦତ୍ତ, କୃତି ସନୋନ, ପଦ୍ମିନୀ କୋହ୍ଲାପୁରେ ଆଦି କଳାକାରଙ୍କୁ ଦେଖିପାରିବେ । ଦିନକୁ ଦିନ ବଲିଉଟରେ ସକ୍ରିୟ ମଧ୍ୟ ହେବାକୁ ଲାଗିଲେଣି ଅର୍ଜୁନ, ଲଭ୍‌ ଲାଇଫକୁ ନେଇ ହେଉ ବା ଫିଲ୍ମ କ୍ୟାରିୟରକୁ ନେଇ । ପାନିପତ ପରେ ଅର୍ଜୁନ ଏକ ଆକ୍ସନ ଫିଲ୍ମରେ ଦେଖାଦେବେ । ଯାହାର ନାଁ ରହିଛି ଇଣ୍ଡିଆ ମୋଷ୍ଟ ୱାଣ୍ଟେଡ୍‌ । ଏନେଇ ଖୁଲାସା କରିଛନ୍ତି ନିର୍ଦ୍ଦେଶକ ରାଜକୁମାର ଗୁପ୍ତା । ରାଜକୁମାର କହିଛନ୍ତି ଏହି ଫିଲ୍ମର କାହାଣୀ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୨ରୁ୩ବର୍ଷ ଲାଗିଛି।