ନାଗପୁର, ୧୩/୧୨: ମହାରାଷ୍ଟ୍ରର ନାଗପୁରରେ ଜଙ୍ଗଲରେ ତପସ୍ୟା କରୁଥିବା ଜଣେ ସନ୍ନ୍ୟାସୀଙ୍କୁ ବାଘ ମାରି ଖାଇଯାଇଛି । ରାମଦେଗୀର ଅରଣ୍ୟରେ ରାହୁଲ ୱାକେ ନାମକ ୩୫ ବର୍ଷୀୟ ବୌଦ୍ଧ ସନ୍ନ୍ୟାସୀ ଗତ ମାସେ ହେବ ଏକ ଗଛ ମୂଳେ ଧ୍ୟାନରତ ଥିଲେ । ତେବେ ୧୧ ତାରିଖ ସକାଳେ ସେ ଧ୍ୟାନରେ ମଗ୍ନ ଥିବାବେଳେ ଏକ କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରି ମାରିପକାଇଥିଲା । ସୂଚନାଯୋଗ୍ୟ ଯେଉଁ ସ୍ଥାନରେ ସନ୍ନ୍ୟାସୀ ଜଣକ ଧ୍ୟାନରତ ଥିଲେ ତାହା ଐତିହାସିକ ବୁଦ୍ଧ ମନ୍ଦିରଠାରୁ ଅଳ୍ପ ଦୂର । ସନ୍ନ୍ୟାସୀଜଣକ ସେଠାରେ ଧ୍ୟାନ କରୁଥିବା ବେଳେ ସ୍ଥାନୀୟ ବୁଦ୍ଧ ମନ୍ଦିରରୁ ଅନ୍ୟ ଦୁଇ ଜଣ ସନ୍ନ୍ୟାସୀ ନିୟମିତ ତାଙ୍କ ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ । ତେବେ ଘଟଣାଦିନ ସନ୍ନ୍ୟାସୀଙ୍କୁ ଏକାକୀ ପାଇଁ ବାଘ ଆକ୍ରମଣ କରିଥିଲା । ଉକ୍ତ ସ୍ଥାନରେ ବନ୍ୟଜ;ୁମାନେ ବିଚରଣ କରୁଥିବା ନେଇ ସନ୍ନ୍ୟାସୀଙ୍କୁ ପୂର୍ବରୁ ସତର୍କ କରି ଦିଆଯାଇଥିଲା । ତେବେ ସନ୍ନ୍ୟାସୀ ଜଣକ ନିଶ୍ଚତ ଦୁର୍ଘଟଣାକୁ ହୃଦୟଙ୍ଗମ କରି ସ୍ଥାନ ଛାଡ଼ିବାକୁ ପୂର୍ବରୁ ଏହି ଅଭାବନୀୟ ଖାଣ୍ଡ ଘଟିଯାଇଛି । ତେବେ ଘଟଣାସ୍ଥଳରୁ ସନ୍ୟାସୀଙ୍କ ଖଣ୍ଡବିଖଣ୍ଡିତ ମର ଶରୀର ଜବତ କରାଯାଇଛି ।