ନିଶା ବେପାରୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ : ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୪/୧ : ଆକ୍ସନ ମୋଡରେ ରାଜ୍ୟ ସରକାର । ପଞ୍ଜାବରେ ନିଶା ବେପାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ନିଶା ବେପାରୀଙ୍କୁ ଧରିବା ପରେ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍‌ଙ୍କ ଅଧ୍ୟକ୍ଷତାରେ ପୋଲିସ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଶା ଛଡା ଆଇନ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହାସହ ଗାଁ ଗୁଡିକୁ ନିଶାମୁକ୍ତ କରିବା ପାଇଁ ପ୍ରସ୍ତାବ ପାରିତ କରୁଥିବା ପଞ୍ଚାୟତ ଗୁଡିକୁ ଗ୍ରାମୀଣ ବିକାଶ ପାଣ୍ଠିରୁ ଅଧିକ ଅନୁଦାନ ଦିଆଯିବ ବୋଲି ଘୋଷଣା କରାଯାଇଛି । ପଞ୍ଜାବ ପୋଲିସ ନିଶାମୁକ୍ତି ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି, ଅନ୍ୟପଟେ କିନ୍ତୁ ସୀମା ଆରପଟୁ ବେଆଇନ ନିଶାଦ୍ରବ୍ୟ ଚାଳନା ଏବେବି ଏକ ବଡ ଆହ୍ୱାନ ହୋଇ ରହିଛି । ଏହାକୁ କାବୁ କରିବା ଏବଂ ଆଇନ ବ୍ୟବସ୍ଥାକୁ ଅଧିକ ସୃଦୁଢ କରିବା ପାଇଁ ଅଧିକାରୀଙ୍କୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ ମାନ୍ ।

SBI AD