ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ନେଲେ ଐତିହାସିକ ନିଷ୍ପତ୍ତି

ଭୁବନେଶ୍ୱର: ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି  । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଏବଂ କେନ୍ଦୁଝର ଜିଲ୍ଲାର ହଦଗଡ଼ ସଂରକ୍ଷିତ ଜଙ୍ଗଲରେ ହାତୀ କରିଡର ବା ଚଲାପଥ ତିଆରି କରିବାକୁ ନିଷ୍ପତ୍ତି ହୋଇଛି  । କୁଲଡିହା ଅଭୟାରଣ୍ୟରେ ହାତୀଙ୍କ ବଂଶ ବୃଦ୍ଧି ଘଟୁଥିବା ବେଳେ ସେମାନେ ନିକଟସ୍ଥ ଶିମିଳିପାଳ ଓ ହଦଗଡ଼ ହାତୀଙ୍କ ସହ ସଂପର୍କରେ ଥାଆନ୍ତି  ।

 

ତିନିଟି ଜଙ୍ଗଲର ହାତୀଙ୍କ ଚଲାପଥ ପାଇଁ ଏଭଳି କରିଡର ନିର୍ମାଣ କରାଯିବାକୁ ବନ ବିଭାଗର ଏକ ବିଶେଷଜ୍ଞ ଟିମ୍‍ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ୧୦ବର୍ଷ ତଳେ ପ୍ରସ୍ତାବ ଦେଇଥିଲେ  । ସେହିପରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମୋଟ୍‍ ସାଢ଼େ ୭ ହଜାର ଏକର ଜମିରେ ସଂରକ୍ଷିତ ଜଙ୍ଗଲ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି  ।