ପିଜେ ଶିକ୍ଷାନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ

ଭୁବନେଶ୍ବର: ପିଜେ ଶିକ୍ଷାନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ପାଠପଢ଼ାରେ ମନନିବେଶ କରିବା ସହ ନିଜ ରୁଚି ଅନୁଯାୟୀ ଲକ୍ଷ୍ୟ ସ୍ଥିର କରିବାକୁ ଆହ୍ବାନ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିମଗ(ଓଟିଡିସି) ‌ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୃଢ଼ ଇଚ୍ଛା ଶକ୍ତି ଦ୍ବାରା ଆଗକୁ ବଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠାନର ଚେୟାରମ୍ୟାନ୍‌ ପ୍ରତାପ ଚନ୍ଦ୍ର ଜେନା ଯୋଗଦେଇ କହିଲେ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ନିଜ ଚରିତ୍ରକୁ ଭଲ ଭାବେ ଗଢ଼ିବା ସହ ଅନ୍ୟମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଇବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ରଙ୍କୁ ପଞ୍ଚା‌ନନ ଜେନା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶିକ୍ଷାନୁଷ୍ଠାନ ଉପାଧ୍ୟକ୍ଷ ଆଶିଷ କୁମାର ବେଉରିଆ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମ୍ୟାନେଜ୍‌ମେଣ୍ଟ ବିଭାଗର ଅଧ୍ୟାପିକା ଇପ୍‌ସିତା ପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ। ମୁଖପତ୍ର ‘ଅଭିପ୍ସା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରଶାସନିକ ଅଧିକାରୀ ନିର୍ମଳ ଚନ୍ଦ୍ର ମଲ୍ଲିକ, ବିପିନ୍‌ ଜେନା, କାବୁଲି ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।