୩ ଟନ୍ ଗଞ୍ଜେଇ ଜବତ : ଅଭିଯୁକ୍ତ ଫେରାର

ଭୁବନେଶ୍ୱର ୨୭।୦୩ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୋଲିସକୁ ବଡ଼ ସଫଳତା। ନାକାମାମୁଡ଼ି ଅଞ୍ଚଳରେ ଏକ ଜଙ୍ଗଲରେ ଚୋରା ଚାଲାଣ ପାଇଁ ବହୁ ପରିମାଣର ଗଞ୍ଜେଇ ଥିବା ପୁଲିସକୁ ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଥିଲା। ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ନାକାମାମୁଡ଼ି ଜଙ୍ଗଲରେ ଚଢଉ କରିଥିଲେ।

ଡାଇକ-ଥ୍ରୀ ଜଙ୍ଗଲରେ ଚଢାଉ କରି ପୋଲିସ ୧୩୨ଟି ପ୍ଲାଷ୍ଟିକ ବସ୍ତାରୁ ୪ଟନ୍ ୩୦୦ କେ.ଜି ଗଞ୍ଜେଇ ଜବତ କରିଛି। ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ପୁଲିସ ପହଁଚିବା ଖବର ପାଇ ଗଞ୍ଜେଇ ଚାଲାଣକାରୀ ଅଭିଯୁକ୍ତମାନେ ଜଙ୍ଗଲରୁ ଫେରାର ହୋଇଯାଇଥିଲେ। କୌଣସି ଆସାମୀ ଧରା ପଡିନଥିଲେ। ପୁଲିସ ଗଞ୍ଜେଇ ଜବତ କରି ଥାନାକୁ ଆଣି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।