ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରଏ ନିଖୋଜ : ଥାନାରେ ଅଭିଯୋଗ କଲେ ପୁଅ ଶୁଭ୍ରାଂଶୁ 

ନୂଆଦିଲ୍ଲୀ ୧୮/୦୪: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରଏ ନିଖୋଜ ଅଛନ୍ତି । ଏନେଇ ତାଙ୍କ ପୁଅ ଶୁଭ୍ରାଂଶୁ ରଏ ଦାବି କରିଛନ୍ତି। ଶୁଭ୍ରାଂଶୁ କହିଛନ୍ତି ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ୨୦୧୭ରେ ମୁକୁଲ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଥିଲେ। ଅବଶ୍ୟ ୨୦୨୧ରେ ବିଧାନସଭା ନିର୍ବାଚନ ପରେ ଟିଏମସିରେ ସାମିଲ୍‌ ହୋଇଥିଲେ। ମୁକୁଲ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲେ। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ବିମାନବନ୍ଦରରେ ୯ଟାରେ ପହଞ୍ଚିବାର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ସୂଚନା ମିଳିନାହିଁ। ମୁକୁଲ ଇଣ୍ଡିଗୋ ଏୟାରଲାଇନ୍ସର ବିମାନର ସୋମବାର ସନ୍ଧ୍ୟାରେ ଦିଲ୍ଲୀ ବାହାରିଥିଲେ ବୋଲି କହିଛନ୍ତି ଶୁଭ୍ରାଂଶୁ। ଶୁଭ୍ରାଂଶୁ ଏହି ସୂଚନା ଦେବା ସହ ଏୟାରପୋର୍ଟ ପୋଲିସ୍‌ରେ ଅଭିଯୋଗ ରୁଜୁ କରିଛନ୍ତି।