ହାଓ୍ଵଡା,୧୯/୪ : ପଶ୍ଚିମବଙ୍ଗ ଉଲୁବେରିଆ ଥାନ୍ତା ଅର୍ନ୍ତଗତ ଚେଙ୍ଗାଲିର ଲୁଡଲୋ ବଜାରରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ୧୦୦ରୁ ଉର୍ଦ୍ଧ୍ଵ ଦୋକାନ ଜଳିପୋଡି ଛାରଖାର ହୋଇ ଯାଇଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରୁ ବଜାରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଳି ଯାଇଥିବା ଦୋକାନ ମଧ୍ୟରୁ ଅଧିକାଂଶ ଅସ୍ଥାୟୀ ଥିଲା। ୧୦ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି। କାହାର ମୃତାହତ ଘଟିନାହିଁ। କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଛି ତାର ତଦନ୍ତ କରାଯାଉଛି। କ୍ଷୟକ୍ଷତିର ଆକଳନ କରାଯାଉଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ଇଦ୍ ଉପଲକ୍ଷେ ବହୁ ପରିମାଣରେ ସାମଗ୍ରୀ ଦୋକାନରେ ମହଜୁଦ ଥିବା ଦୋକାନୀମାନେ କହିଛନ୍ତି।