ଲକ୍ଷ୍ନୌ,୨୬/୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧୀ ଏକତାର ପ୍ରୟାସକୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବଡ଼ ଝଟକା ଦେଇଛନ୍ତି। ଏବେ ଅଖିଳେଶ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓଙ୍କ ଅଣ କଂଗ୍ରେସ- ଅଣ ବିଜେପି ଦଳର ଫେଡେରାଲ ଫ୍ରଣ୍ଟକୁ ଅଖିଳେଶ ଯାଦବ ସମର୍ଥନ କରିଛନ୍ତି। ମାତ୍ର ସପା ଅଧ୍ୟକ୍ଷ କହିଛନ୍ତି ଯେ ବୁଧବାର କେସିଆରଙ୍କ ସହିତ ସାକ୍ଷାତ କରିବା ସମ୍ଭବ ନୁହଁ।
ଅଖିଳେଶ କହିଛନ୍ତି ଯେ କହିଛନ୍ତି ଯେ ଫେଡେରାଲ ଫ୍ରଣ୍ଟ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ସାକ୍ଷାତ କରିବେ। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ମାତ୍ର ବିଜୟୀ ହୋଇଥିବା ଏସପି ବିଧାୟକଙ୍କୁ ମନ୍ତ୍ରୀ କରାନଯିବା ନେଇ ଅଖିଳେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଆକ୍ଷେପ କରି କହିଛନ୍ତି ଯେ ବିଜେପି ସହିତ କଂଗ୍ରେସକୁ ମଧ୍ୟ ଧନ୍ୟବାଦ। ମଧ୍ୟ ପ୍ରଦେଶରେ ଆମର ଏକ ମାତ୍ର ବିଧାୟକଙ୍କୁ ମନ୍ତ୍ରୀ କରାଗଲା ନାହିଁ। ତେଣୁ ଆମର ପଥ ପରିଷ୍କାର।
ଅଖିଳେଶ ଯାଦବ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଜରୁରୀ ଅଟେ। ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ସବୁ ଦଳଙ୍କୁ ଏକ ସଙ୍ଗେ ଆସିବା ଉଚିତ୍। ସେ କହିଛନ୍ତି ଯେ ଯୁବା କୁମ୍ଭରେ ରୋଜଗାର ଉପରେ ଆଲୋଚନା ହେଲେ ଭଲ ରହିବ। ଅଖିଳେଶ କହିଛନ୍ତି ଯେ ଲକ୍ଷ୍ନୌର ଲୋକ ଭବନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଲଗାଇବା ଠିକ୍, ମାତ୍ର ଆମର ସରକାର ଆସିଲେ ଆମେ ମଧ୍ୟ ଆଉ ଏକ ମୂର୍ତ୍ତି ସ୍ଥାପନ କରିବୁ।