ଭୁବନେଶ୍ୱର : ଗିନିଜବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ରାଉରକେଲାରେ ରଙ୍ଗୋଲୀରେ ତିଆରି ହୋଇଥିବା ୫୦ ଫୁଟ୍ ଉଚ୍ଚାର ହକି ବିଶ୍ୱକପ୍ ଟ୍ରଫି। ହକି ବିଶ୍ୱକପ୍ ପୁର୍ବରୁ ହକି ବିଶ୍ୱକପକୁ ଉଲ୍ଲାସର ସହ ସ୍ୱାଗତ କରିବାକୁ ଯାଇ ରାଉରକେଲା ରାଜ ରାସ୍ତାରେ ଅନୁଷ୍ଠିତ ହୋଇଥିଲା ରାହାଗିରୀ ଉତ୍ସବ। ଏହି ରାହାଗିରୀରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମିଶନ ରାଉରକେଲା ରଙ୍ଗୋଲୀରେ ପ୍ରସ୍ତୁତ କରିଥିଲେ ୫୦ ଫୁଟର ହକି ବିଶ୍ୱକପ ଟ୍ରଫି। ଯାହା ଆଜି ସ୍ଥାନ ପାଇଛି ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ । ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶ୍ରେୟ ମିଶନ ରାଉରକେଲାକୁ ଦେଇଛନ୍ତି।