ଓଭର ଲୋଡିଂ ପାଇଁ ପାୱାର ଲାଇନ୍ ଟ୍ରିପ୍ କରିଯାଉଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର,୨୪/୪: ରାଜ୍ୟରେ ପାୱାର କଟ୍ ହେଉନି ଓଭର ଲୋଡିଂ ପାଇଁ ପାୱାର ଲାଇନ୍ ଟ୍ରିପ୍ କରି ଯାଉଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଇଲେକ୍ଟ୍ରିସିଟି ସପ୍ଲାଏର କୌଣସି ଅଭାବ ନାହିଁ । ଅନେକ ସ୍ଥାନରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ୍ ଟ୍ରିପ୍ ହୋଇଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ୍ ଟ୍ରିପ କରିଗଲେ ୬ ରୁ ୭ ଘଣ୍ଟା ଲାଗୁଛି ତାକୁ ଠିକ୍ କରିବା ପାଇଁ । ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି । କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ଆମ ତରଫରୁ ଚେଷ୍ଟା କରୁଛୁ ।

ଯେଉଁଠି ଲାଇନ କଟି ଯାଉଛି, ତାର ଛିଣ୍ଡି ଯାଉଛି କି ଟ୍ରାନ୍ସଫର୍ମର ପୋଡି ଯାଉଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉନାହାନ୍ତି ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଲୋ-ଭୋଲଟେଜ ନେଇ ଯେଉଁ ଅଭିଯୋଗ ଆସୁଛି ସିଧା କଥା କହିବାକୁ ଗଲେ ଟେକ୍ନିକାଲ ତ୍ରୁଟି ରହିଛି ।

ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫର୍ମର କାପାସିଟି ଓଭର ଲୋଡ ଅଛି ସେଠି ଲୋ-ଭୋଲଟେଜ ହେବ । ପିକ୍ ପିରିୟଡ଼ରେ ରାଜ୍ୟରେ ୫ ହଜାର ୬ଶହ ମେଗାୱାଟ ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫ଶହ ମେଗାୱାଟ ରହିଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

SBI_Festive_Digital Billboard