ବସ୍‌-ଟ୍ରକ୍‌ ଧକ୍‌କା: ୧୫ ଆହତ

ଅନୁଗୋଳ, ୭/୧: ଜରପଡ଼ା ଥାନା ତୁକୁଡ଼ା ୫୫ ନମ୍ବର ଜାତୀୟ ରାଜପଥରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍‌କା ହେବାରୁ ବସ୍‌ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଜଣେ ଗୁରୁତର ହୋଇଥିବା ବେଳେ ବାକି ସବୁ ସମାନ୍ୟ ଆହତ ଥିବା ଜଣାପଡ଼ିଛି । ‘ହୋତା’ ନାମକ ଏହି ଘରୋଇ ବସଟି ବୌଦ୍ଧରୁ ଅନୁଗୋଳ ଆସୁଥିଲା । ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ । ତୁକୁଡ଼ା ନିକଟରେ ଏକ ଟ୍ରକ୍‌ ସହ ଏହାର ମୁହାଁମୁହିଁ ଧକ୍‌କା ହୋଇଥିଲା ।