ଜି’ଟିଭିରେ ପ୍ରସାରିତ ହେଉଛି ସିଙ୍ଗିଙ୍ଗ୍ କମ୍ପିଟିସନ୍ ଶୋ’ ‘ଲିଟିଲ୍ ଚାମ୍ପସ୍’ । କାର୍ଯ୍ୟକ୍ରମରେ ଜଜ୍ ସାଜିଛନ୍ତି ବଲିଉଡ୍ର ପ୍ଲେବ୍ୟାକ୍ ସିଙ୍ଗର୍ ନେହା କକର । ନେହାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ଏହିସବୁ ସିଙ୍ଗିଙ୍ଗ୍ କମ୍ପିଟିସନ୍ କାର୍ଯ୍ୟକ୍ରମରୁ । ସମୟ ବଦଳିବା ସହିତ ଲୋକଙ୍କ ସ୍ଥାନ ମଧ୍ୟ ବଦଳିଥାଏ। ସେହିପରି ପୂର୍ବରୁ ନେହା ଯେଉଁସବୁ ଶୋ’ରେ ଅଂଶଗ୍ରହଣ କରି ନିଜର ପ୍ରତିଭାକୁ ଦର୍ଶକଙ୍କୁ ଦେଖାଉଥିଲେ ବର୍ତ୍ତମାନ ସେହି ସବୁ କାର୍ଯ୍ୟକ୍ରମରେ ନିଜେ ନେହା ଜଜ୍ଙ୍କ ଆସନରେ ବସୁଛନ୍ତି । ନିକଟରେ ଟେଲିଭିଜନ୍ରେ ପ୍ରସାରିତ ‘ଲିଟିଲ୍ ଚାମ୍ପସ୍’ କାର୍ଯ୍ୟକ୍ରମରେ ଗେଷ୍ଟ ସାଜିଥିଲେ ରଣବୀର କପୁର । ନେହା ରଣବୀରଙ୍କର ଜଣେ ପ୍ରଶଂସକ ଓ କାର୍ଯ୍ୟକ୍ରମରେ ରଣବୀରଙ୍କ ଉପସ୍ଥିତି ରେ ନେହା ଖୁସି ହୋଇ ଷ୍ଟେଜ୍ରେ ନେହା ତାଙ୍କୁ ପ୍ରୋପଜ କରିଛନ୍ତି । ଏହାସହ ରଣବୀର ମଧ୍ୟ ଚାନ୍ସ ମିସ୍ ନକରି ଚାନ୍ସରେ ଡାନ୍ସ କରିଥିଲେ। ରଣବୀର ନେହାଙ୍କୁ ଟେକିଧରି ତାଙ୍କ ସହ ଡାନ୍ସ କରିଥିଲେ । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । କିନ୍ତୁ ଏାନଙ୍କ ଡାନ୍ସ ଦେଖି ଆଲିଆ ଭଟ୍ଟ କ’ଣ ଅନୂଭବ କରିଥିବେ ତାହା ତ ତାଙ୍କୁ ଜଣା! କିନ୍ତୁ ‘ଲିଟିଲ୍ ଚାମ୍ପସ୍’ର ଷ୍ଟେଜ୍ରେ ଯାହାକି ହୋଇଛି ତା’ କେବଳ ମଜା ମସ୍ତି ପାଇଁ । ଗତବର୍ଷ ନେହା ଅଲଗା ହୋଇଯାଇଛନ୍ତି ବୟଫ୍ରେଣ୍ଡ ହିମାନ୍ସଙ୍କଠାରୁ । ଯାହାକୁ ନେଇ ନେହା ଏବେ ଡିପ୍ରେସନ୍ରେଥିବା କଥା, କିଛିଦିନ ତଳେ ସୋସାଲ ମିଡିଆରେ ଏକ ଷ୍ଟାଟସ୍ ପୋଷ୍ଟ କରି କହିଥିଲେ । ମନରେ ଏତେ ଦୁଃଖ ରଖି ମଧ୍ୟ ନେହାଙ୍କ ହସ କିନ୍ତୁ ମୁଉଳି ନାହିଁ ।