ଟ୍ରେଲର-କଣ୍ଟେନର ଧକା: ଦୁଇ ମୃତ

କଟକ, ୮/୧: ଟାଙ୍ଗୀ ବଇଁଚୁଆ ନିକଟରେ ଏକ କଣ୍ଟେନର ଟ୍ରେଲରକୁ ପଛପଟୁ ଧMା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ମୃତକମାନେ ହେଉଛନ୍ତି କଣ୍ଟେନର ଡ୍ରାଇଭର ଓ ହେଲ୍‌ପର । ପୁଲିସ୍‌ ଓ ଦମକାଳବାହିନୀ ପହଞ୍ଚି କଟର ସାହାଯ୍ୟରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ବାଇଁଚୁଆ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଲୁହା ବୋଝେଇ ଟ୍ରେଲରଟି ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର ଭାରସାମ୍ୟ ହରାଇ ତା’ ପଛରେ ପିଟି ଦେଇଥିଲା ବୋଲି ସେଠାରେ ଉପସ୍ଥିତ ଥିବା ଦେଖଣାହାରୀ ପୋଲିସକୁ ଜଣାଇଛନ୍ତି ।