ନୂଆଦିଲ୍ଲୀ,୯/୧: ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଟିଏମସରି ସାଂସଦ ସୌମିତ୍ର ଖାନ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି। ଲୋକସଭା ନିର୍ବାଚନକୁ ଦେଖିଲେ ସୌମିତ୍ରଙ୍କ ବିଜେପିରେ ସାମିଲ ହେବା ବହୁତ ମହତ୍ଵପୂର୍ଣ୍ଣ କୁହାଯାଉଛି।
ନୂଆଦିଲ୍ଲୀରେ ବିଜେପି କାର୍ୟ୍ୟାରଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାସଚିବ ଅରୁଣ ସିଂହ ଓ ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରାୟଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସାଂସଦ ସୌମିତ୍ର ଏହା ପୂର୍ବରୁ ରାଜ୍ୟ ବିଧାନସଭାର ସଦସ୍ୟ ଥିଲେ।
ବିଷ୍ଣୁପୁରରୁ ଲୋକସଭା ସାଂସଦ ସୌମିତ୍ର ଖାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସହିତ ସାକ୍ଷାତ ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପିରେ ସାମିଲ ହେବାର ଘୋଷଣା କରିଥିଲେ।