ଭୁବନେଶ୍ୱର, ୦୭/୧ : ସମ୍ବଲପୁରରେ ପୋଲିସର ଏନକାଉଣ୍ଟର ହୋଇଛି । ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି । ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି । ପୋଲିସ ଗୁଳିରେ ଜ୍ୟାକବ ଆହତ ହୋଇଛି । ସମୁଦାୟ ୧୨ ଜଣ ଗିରଫ ହୋଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨ଟି ପିସ୍ତଲ, ୨ଟି ଭୁଜାଲି, ୪ଟି ଛୁରୀ, ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ ଅଫତାବ୍ ଆଲମଙ୍କ ଘରେ ଡକାୟତି କରି ଫେରାର ମାରୁଥିଲେ । ଜ୍ୟାକର ଗୋଡରେ ଗୁଳି ବାଜିଥିବା ବେଳେ ତାର ଚିକିତ୍ସା ଚାଲିଛି । ତାର ଘର କୋରାପୁଟର ଲକ୍ଷ୍ମୀପୁର ହୋଇଥିବାବେଳେ ତା ନାଁରେ ୧୦ରୁ ୧୨ଟି ମାମଲା ରହିଥିବା ଏସପି କହିଛନ୍ତି ।