ପ୍ରଧାନମନ୍ତ୍ରୀଙ୍କ ଭାଇ କହିଲେ, ପୁଣିଥରେ ନରେନ୍ଦ୍ର ମୋଦୀ ହେବେ ପ୍ରଧାନମନ୍ତ୍ରୀ

ମେଙ୍ଗାଲୁର,୧୩/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଭବିଷ୍ୟତବାଣୀ କରିଛନ୍ତି । ସେ ମେଙ୍ଗାଲୁରରେ କହିଛନ୍ତି, ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ୩୦୦ରୁ ଅଧିକ ଆସନରେ ଜିତିବ ଏବଂ ମୋର ଭାଇ ନରେନ୍ଦ୍ର ମୋଦୀ ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ପ୍ରହ୍ଲାଦ ମୋଦୀ ଏଠାକାର ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୋର ଆଶା ଯେ, ଆଗାମୀ ଲୋକସଭା ନିର୍ବାଚନରେ ୨୦୧୪ର ପୁନରାବୃତ୍ତି ହେବ । ବିଜେପିକୁ ୩୦୦ ରୁ ଅଧିକ ଆସନ ମିଳିବ ଏବଂ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଆଉ ଏକ କାର୍ଯ୍ୟକାଳ ମିଳିବ ।

ସୂଚନାଯୋଗ୍ୟ ପ୍ରହ୍ଲାଦ ମୋଦୀ ମେଙ୍ଗାଲୁରକୁ ମନ୍ଦିର ଏବଂ ଅନ୍ୟ ଧାର୍ମିକ କେନ୍ଦ୍ରକୁ ଯାତ୍ରା କରିବାକୁ ଆସିଥିଲେ । ସେ କହିଛନ୍ତି, ଏନଡିଏ ସରକାର ଗତ ୪ ବର୍ଷରେ ସମଗ୍ର ଦେଶରେ ବିଭିନ୍ନ ବିକାଶ ପ୍ରକଳ୍ପକୁ ଲାଗୁ କରିବାରେ ସଫଳ ହୋଇଛନ୍ତି । ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୀତିରେ କଂଗ୍ରେସକୁ କିଛି ଲାଭ ହେବ ନାହିଁ ।