ମେଷ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ ।
ବୃଷ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
ମିଥୁନ : ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଘରେ ଆସି ଟଙ୍କା ଦେଇଯାଇପାରେ। ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ।
କର୍କଟ : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।
ସିଂହ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ ପାଇଁ ହିତକର ଅଟେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟସନ୍ତାନମାନଙ୍କର ଅଧ୍ୟୟନ କିମ୍ବା ଅନ୍ୟ କାରଣରୁ ଧନ ଖର୍ଚ୍ଚ ହୋଇପାରେ।
କନ୍ୟା : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।
ତୁଳା : ଆଜିର ଦିନ ଲାଭକାରୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ସମ୍ମାନିତ ହେବେ। ବ୍ୟବସାୟ କିମ୍ବା ବ୍ୟାପାରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀ ତଥା ଉପର କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବଢିବ। ମିତ୍ରମାନଙ୍କ ସହ ଭେଟ ହେବ।
ବିଛା: ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କର ମନରେ ଗ୍ଲାନିର ଛାୟା ଦୂର ହେବ, ଏବଂ ଆନନ୍ଦ ଆସିବ।
ଧନୁ: ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମକର : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।
କୁମ୍ଭ : ଦିନର ପ୍ରାରମ୍ଭ ଆଜି ଆନନ୍ଦପ୍ରମୋଦ ଏବଂ ମିତ୍ରମାନଙ୍କ ଭେଟ ହେବ। ଅନ୍ୟ ବ୍ୟକ୍ତି ମଧ୍ୟ ଆଜି ଆପଣଙ୍କ ଜୀବନରେ ଆସି ପାରନ୍ତି। ପର୍ଯ୍ୟଟନ କିମ୍ବା ଯାତ୍ରାର ଆୟୋଜନ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ଉପଦେଶ। ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ।
ମୀନ : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।