ମେଷ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଓ ଫଳପ୍ରଦ ଦିନ ରହିବ । କାର୍ଯ୍ୟକ୍ଷେତ୍ର ଓ ବ୍ୟବସାୟରେ ସଫଳତା ମିଳିବାର ସମ୍ଭାବନା ରହିଛି । ଅପ୍ରତ୍ୟାଶିତ ଆର୍ଥିକ ଲାଭ ଆପଣଙ୍କ ମନକୁ ଖୁସି କରିବ। ନିବେଶ କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ସାମାଜିକ କାର୍ଯ୍ୟରେ ଯୋଗଦେଇ ଆପଣ ସମ୍ମାନ ଓ ପ୍ରତିଷ୍ଠା ହାସଲ କରିବେ । ଘରେ ଶୁଭ କାର୍ଯ୍ୟ ଆୟୋଜନ ହେବାର ସମ୍ଭାବନା ରହିଛି । କିଣାକିଣି ପାଇଁ ଦିନଟି ଅନୁକୂଳ ରହିବ । ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ସାକ୍ଷାତ ଆନନ୍ଦ ଆଣିବ ।
ବୃଷ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ପରିବେଶ ଅନୁକୂଳ ରହିବା ସହ ସହକର୍ମୀଙ୍କ ସହଯୋଗ ମିଳିବ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ, ଯାହା ଶାରୀରିକ ଓ ମାନସିକ କ୍ଳାନ୍ତି ବଢ଼ାଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତା ଉଚ୍ଚାଧିକାରୀଙ୍କୁ ପ୍ରଭାବିତ କରିବ । ପାରିବାରିକ ଜୀବନ ସୁଖମୟ ରହିବ ଓ ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରହିଲେ ମାନସିକ ଶାନ୍ତି ବଜାୟ ରହିବ ।
ମିଥୁନ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ଦିନ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଲେ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କାମର ଚାପ ଯୋଗୁଁ ଶାରୀରିକ ଓ ମାନସିକ ଥକାପଣ ଅନୁଭବ କରିପାରନ୍ତି । ସନ୍ତାନଙ୍କ ସମ୍ପର୍କିତ କିଛି ବିଷୟ ଚିନ୍ତା ବଢ଼ାଇପାରେ । ଉଚ୍ଚାଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମ ରକ୍ଷା କରନ୍ତୁ । ପାରିବାରିକ ପରିବେଶ ଭଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଧୈର୍ଯ୍ୟର ସହ କାମ କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ।
କର୍କଟ : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟରେ କିଛି ବାଧା ଆସିପାରେ, କିନ୍ତୁ ପରିଶ୍ରମ ଜାରି ରଖିଲେ ସଫଳତା ମିଳିବ । କାର୍ଯ୍ୟଭାର ଅଧିକ ରହିବାରୁ ଥକାପଣ ଅନୁଭବ କରିପାରନ୍ତି । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଏବଂ ସମାଜରେ ସମ୍ମାନ ମିଳିବ । ଅନାବଶ୍ୟକ ଖର୍ଚ୍ଚ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ । ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ । ଯାତ୍ରା ସମୟରେ ସତର୍କ ରୁହନ୍ତୁ । କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିଲେ ସମ୍ପର୍କରେ ମଧୁରତା ବଜାୟ ରହିବ ।
ସିଂହ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଚାକିରିରେ ପଦୋନ୍ନତିର ସୁଯୋଗ ମିଳିପାରେ । ପରିବାରରେ ଖୁସିର ପରିବେଶ ରହିବ ଏବଂ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପରିବାର ସହ ବୁଲିବାକୁ ଯିବା କିମ୍ବା ଛୋଟ ଯାତ୍ରା କରିବାର ଯୋଜନା ହୋଇପାରେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କୁ ଖୁସି ଦେବ । ସ୍ୱାସ୍ଥ୍ୟ ଭଲ ରହିବାର ସମ୍ଭାବନା ରହିଛି । ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ । ବିଦେଶରେ ରହୁଥିବା ଆତ୍ମୀୟଙ୍କଠାରୁ ଶୁଭ ଖବର ମିଳିପାରେ ।
କନ୍ୟା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଓ ଫଳପ୍ରଦ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଲାଭର ସୁଯୋଗ ମିଳିବ ଏବଂ ଅଟକି ରହିଥିବା କାମ ସହଜରେ ସମ୍ପୂର୍ଣ୍ଣ ହୋଇପାରିବ । ସାମାଜିକ କାର୍ଯ୍ୟରେ ଯୋଗଦେଇ ସମ୍ମାନ ଓ ପ୍ରତିଷ୍ଠା ହାସଲ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବାର ସମ୍ଭାବନା ରହିଛି । ସମ୍ପତ୍ତି କିମ୍ବା ନିବେଶ ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚ କମାଇବା ଉପରେ ଧ୍ୟାନ ଦିଅନ୍ତୁ । ଖାଦ୍ୟପେୟରେ ନିୟମିତତା ରଖିଲେ ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟରୁ ଲାଭ ମିଳିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି । ନିଜ କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଛୋଟ କଥାରୁ ବିବାଦ ସୃଷ୍ଟି ହୋଇପାରେ । ଶାରୀରିକ ଥକାପଣ ଓ ମାନସିକ ଚାପ ଅନୁଭବ କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ପ୍ରେମ ସମ୍ପର୍କରେ ମତଭେଦ ଦେଖାଦେଲେ ଶାନ୍ତ ଭାବରେ ଆଲୋଚନା କରନ୍ତୁ । ନୂଆ ଉଦ୍ୟମ କିମ୍ବା ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯୋଜନା କରନ୍ତୁ । ନିଜ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ବିଛା : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିପାରେ । ବ୍ୟବସାୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ନମିଳିଲେ ମଧ୍ୟ ଧୈର୍ଯ୍ୟ ହରାନ୍ତୁ ନାହିଁ । କ୍ରୋଧ ଉପରେ ନିୟନ୍ତ୍ରଣ ନରଖିଲେ ଚାକିରି ଓ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ । ପରିବାରର ସମର୍ଥନ ମିଳିବ, କିନ୍ତୁ କଠୋର କଥାବାର୍ତ୍ତା ଯୋଗୁଁ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଏବଂ ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଜମି, ଘର କିମ୍ବା ଯାନବାହନ କିଣିବା ପୂର୍ବରୁ ସମସ୍ତ ଦିଗ ଭଲଭାବେ ଯାଞ୍ଚ କରନ୍ତୁ । ଧୈର୍ଯ୍ୟ ଓ ବୁଝାମଣା ଆପଣଙ୍କୁ ସମସ୍ୟାରୁ ମୁକ୍ତି ଦେଇପାରିବ ।
ଧନୁ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଭାଗ୍ୟର ସହଯୋଗ ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ହେବ ଏବଂ ନୂଆ ଯୋଜନା ଆରମ୍ଭ କରିବାର ସୁଯୋଗ ମିଳିପାରେ । ସମସ୍ତ କାମ ଧୈର୍ଯ୍ୟର ସହ କଲେ ଭଲ ଫଳ ମିଳିବ। ପରିବାରରେ ଶାନ୍ତି ଓ ଖୁସିର ପରିବେଶ ରହିବ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବାର ସମ୍ଭାବନା ରହିଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପରିବାର ସହ ଦୂରଯାତ୍ରାର ଯୋଜନା ହୋଇପାରେ । ଭାଇଭଉଣୀଙ୍କ ସହ ସମୟ ବିତାଇବା ଆନନ୍ଦ ଦେବ । ନୂଆ ସୁଯୋଗକୁ ସଦୁପଯୋଗ କରନ୍ତୁ ।
ମକର : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟରେ ଲାଭ ମିଳିପାରେ, କିନ୍ତୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ନମିଳିଲେ ନିରାଶ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲଭାବେ ଯୋଜନା କରନ୍ତୁ । ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ସମୟରେ ସଂଯମ ରକ୍ଷା କରନ୍ତୁ । ଜିଦ୍ ନକରି ସମସ୍ୟାର ସମାଧାନ ଖୋଜନ୍ତୁ । ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ । ଧୈର୍ଯ୍ୟ ଓ ନିୟମିତ ପରିଶ୍ରମ ଆପଣଙ୍କୁ ଆଗକୁ ବଢ଼ିବାରେ ସହାୟତା କରିବ ।
କୁମ୍ଭ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ ସଫଳତା ମିଳିବାର ସମ୍ଭାବନା ରହିଛି । ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିପାରେ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇ ଆନନ୍ଦ ଅନୁଭବ କରିବେ । ମନ ପ୍ରସନ୍ନ ରହିବ ଏବଂ ପ୍ରିୟଜନଙ୍କ ସହ ସାକ୍ଷାତ ଖୁସି ଆଣିବ। କୌଣସି ଶୁଭ ଖବର ପାଇପାରନ୍ତି । ବନ୍ଧୁ ଓ ସମ୍ପର୍କୀୟଙ୍କଠାରୁ ଉପହାର ମିଳିବାର ସମ୍ଭାବନା ରହିଛି । ଛୋଟ ଯାତ୍ରାର ଯୋଜନା ହୋଇପାରେ । ନୂଆ ସୁଯୋଗକୁ ଚିହ୍ନଟ କରି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ ।
ମୀନ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ଦିନ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ ଏବଂ ଅନାବଶ୍ୟକ ଖର୍ଚ୍ଚ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ । କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ବିବାଦ ସୃଷ୍ଟି ହୋଇପାରେ । ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖାଦେଲେ ଶାନ୍ତ ଭାବରେ ସମାଧାନ କରନ୍ତୁ । ଆବେଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହ ପରିବାରର ସମର୍ଥନ ମିଳିବ । ଅତ୍ୟାବଶ୍ୟକ ନଥିଲେ ଯାତ୍ରା ସ୍ଥଗିତ ରଖିବା ଭଲ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।