ଭୁବନେଶ୍ୱର, ୦୫/୦୫ : ବିଜେଡିର ଆଉ ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେଲା । କେନ୍ଦୁଝର ସାଙ୍ଗଠନିକ ଜିଲ୍ଲା ସଭାପତି ହେଲେ ଆଶିଷ ଚକ୍ରବର୍ତ୍ତୀ । ଭୁବନେଶ୍ବର ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା । ପ୍ରଦ୍ୟୁମ୍ନ ତ୍ରିପାଠୀ ହେଲେ ବିଜେଡିର ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି । ମୟୂରଭଞ୍ଜ-୨ ସଭାପତି ହେଲେ ଦେବାଶିଷ ମାର୍ଣ୍ଡି । ରୋହିତ ପୂଜାରୀ ହେଲେ ସମ୍ବଲପୁର ଜିଲ୍ଲା ସଭାପତି । ବଲାଙ୍ଗିର ଜିଲ୍ଲା ସଭାପତି ହେଲେ ସରୋଜ କୁମାର ମେହେର ହୋଇଛନ୍ତି । ପୂର୍ବରୁ ୧୮ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା ବିଜେଡି ।